fbpx

ବଢୁଛି କରୋନା! ଆଜି ଭୁବନେଶ୍ୱରରେ ୫୨ ଆକ୍ରାନ୍ତ, ୧୩ ସୁସ୍ଥ

ଭୁବନେଶ୍ୱର, ୧ ।୪(ଓଡିଶା ଭାସ୍କର): କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସୁସ୍ଥ ହୋଇଛନ୍ତି । ୫୨ ପଜିଟିଭ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮ ଓ ସ୍ଥାନୀୟ ଅଞ୍ଚଳରୁ ୪୪ ରୋଗୀ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା ୩୨ ହଜାର ୫୦୨କୁ ବୃଦ୍ଧି ପାଇଛି । ମୋଟ ପଜିଟିଭରୁ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧ ହଜାର ୯୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେବି ୩୧୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.