fbpx

ଓଡିଶାର ଏହି ଜିଲ୍ଲାକୁ ଫେରିଲା କରୋନା କଟକଣା

ମାଲକାନଗିରି,୨ ।୪(ଓଡିଶା ଭାସ୍କର) : ରାଜ୍ୟରେ କରୋନା ପୁଣି ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ମାଲକାନଗିରି ଜିଲ୍ଲାକୁ ପୁଣି ଫେରିଛି କରୋନା କଟକଣା । ସଂକ୍ରମଣ ଏଡାଇବାକୁ କଡା କଟକଣା ଲଗାଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । କରୋନାକୁ ଦୃଷ୍ଟିରେ ଦୋକାନରେ ସାମାଜିକ ଦୂରତା ପାଇଁ ଦୋକାନୀମାନେ ଦଉଡି ବାନ୍ଧିବେ । ଦୋକାନକୁ ଗ୍ରାହକ ମାସ୍କ ନପିନ୍ଧି ଆସିଲେ ଦୋକାନୀ ଜରିମାନା ଦେବେ ।

ଉଭୟ ଦୋକାନୀ ଓ ଗ୍ରାହକମାନଙ୍କୁ ମାସ୍କ ବାନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବ୍ୟବସାୟୀ ପ୍ରତିଷ୍ଠାନରେ ହ୍ୟାଣ୍ଡୱାସ୍ ଓ ସାନିଟାଇଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲ, ରେଷ୍ଟୁରାଣ୍ଟରେ ଭିଡ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧର୍ମୀୟ ଅନୁଷ୍ଠାନରେ ମାସ୍କ ଓ ସାମାଜିକ ଦୂରତା ପାଇଁ ପରାମର୍ଶ ଦିଆଯାଇଛି । ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାନିଯାତ୍ରାକୁ ବାରଣ କରାଯାଇଛି । ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଦିଆଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Get real time updates directly on you device, subscribe now.