fbpx

ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି, ଜାଣନ୍ତୁ କାହିଁକି?

ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର) : ରାଜ୍ୟରେ କରୋନା ମହାମାରୀ ବଢିବାରେ ଲାଗିଛି । କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

ଚିଠିରେ ଅକ୍ସିଜେନ ବ୍ୟବସ୍ଥା ସହ ଆବଶ୍ୟକୀୟ ବେଡ ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ବ୍ୟବହାର ପାଇଁ ପ୍ରସ୍ତୁତ ରଖିବାକୁ ଚିଠିରେ ଉଲ୍ଲେଖ ରଖିଛି । ଆଇସିୟୁ, ଏଚଡିୟୁ, ଡାଇଲିସିସ୍, ଲେବର ରୁମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କମ୍ ସମୟରେ ଘରୋଇ ଡାକ୍ତରଖାନାକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫାଭିପିରାଭିର, ରେମଡିସିଭିର ଯଥେଷ୍ଟ ମହଜୁଦ ପାଇଁ ପରାମର୍ଶ ଦିଆଯାଇଛି । ଘରୋଇ ସଙ୍ଗରୋଧରେ ଥିବା ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଜିଲ୍ଲାସ୍ତରୀୟ ଟିମ୍ ସଜାଗ ରହିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.