fbpx

ସମ୍ବଲପୁର ହୋମିଓପ୍ୟାଥି କଲେଜରେ ରାଗିଂ

ସମ୍ବଲପୁର,୩ ।୪(ଓଡିଶା ଭାସ୍କର): ସମ୍ବଲପୁର ସରକାରୀ ହୋମିଓପ୍ୟାଥି କଲେଜରେ ରାଗିଂ ଅଭିଯୋଗ ହୋଇଛି । ୪ ଛାତ୍ରୀଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ୪ ଛାତ୍ରୀଙ୍କ ସମେତ ଜଣେ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ହୋଇଛି । ଗତ ୧ରେ ନ୍ୟାସନାଲ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ କଲେଜ ଆଣ୍ଟି ରାଗିଂ ସେଲ ପକ୍ଷରୁ ତଦନ୍ତ ଜାରି ରହିଛି । ୩୧ ତାରିଖରେ ୨ ଛାତ୍ରୀ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ବିବାଦ ନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା । ଏନେଇ ହୋମିଓପ୍ୟାଥି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସିଂହ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.