fbpx

ଏହି ଦେଶରେ ରହିଛି ‘ଡେଥ୍ ସେଲ୍’, ଯେଉଁ ଜେଲକୁ ଯିବାକୁ ଅପରାଧୀ ବି କରନ୍ତି ଭୟ

ଜେଲ ହେଉଛି ଏକ ସ୍ଥାନ ଯେଉଁଠି ଅପରାଧୀମାନଙ୍କୁ ରଖାଯାଇଥାଏ । ବିଭିନ୍ନ ପ୍ରକାର ଅପରାଧ ପାଇଁ ଦୋଷୀଙ୍କୁ ଏହି ସ୍ଥାନରେ ଦଣ୍ଡ ଦିଆଯାଇଥାଏ । ମାତ୍ର ଆପଣମାନେ ଏକଥା ହୁଏତ ଜାଣିନଥିବେ, ଏ ଦୁନିଆଁରେ ଏପରି ଏକ ଜେଲ ଅଛି, ଯେଉଁଠି କଏଦୀମାନେ ପରସ୍ପରକୁ ମାରି ଖାଇଯାଆନ୍ତି । ଏହି ଜେଲରେ ରହିବା ଅପେକ୍ଷା ମୃତ୍ୟୁକୁ ଅଧିକ ଶ୍ରେୟସ୍କର ମଣିଥାନ୍ତି ଅପରାଧୀମାନେ । ଏହି ଜେଲରେ ଅସହ୍ୟ ନିର୍ଯାତନା ଦିଆଯାଇଥାଏ । ଦୁନିଆଁରେ ଏପରି ଅନେକ ଜେଲ୍ ରହିଛି, ଯେଉଁସ୍ଥାନକୁ ଯିବା ପାଇଁ ଅପରାଧୀ ବି ଡରନ୍ତି ।

– ବ୍ରାଜିଲରେ ଏପରି ଏକ ‘ଡେଥ୍ କୋଠରୀ’ ରହିଛି । ଏହି ଜେଲରେ ଥିବା ଦୁଇ ଡ୍ରଗ ମାଫିଆଙ୍କ ମଧ୍ୟରେ ଥରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ସେହି ଘଟଣାରେ ୬୦ ଜଣ କଏଦୀଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଜେଲର ଅଫିସର ମଧ୍ୟ ସାମିଲ ଥିଲେ ।

– ସିରିଆରେ ଏପରି ଏକ ଜେଲ ରହିଛି ଯାହାକୁ ‘ଡେଥ ୱାରେଣ୍ଟ’ ବୋଲି ସମସ୍ତେ କୁହନ୍ତି । ଏଠାରେ କଏଦୀମାନଙ୍କୁ ଭୀଷଣ ନିର୍ଯାତନା ସହିବାକୁ ପଡ଼ିଥାଏ । ସେଠାରେ କଏଦୀଙ୍କୁ ପ୍ରବଳ ମାଡ଼ ମରାଯିବା ସହ ଖାଇବାକୁ ମଧ୍ୟ ଦିଆଯାଇ ନଥାଏ । ୧୯୮୦ ମସିହାରେ ପୂର୍ବତନ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଜେଲରେ ଥିବା ୨୪୦୦ କଏଦୀଙ୍କୁ ମାରିଦିଆଯାଇଥିଲା ।

– ରୁଆଣ୍ଡାରେ ଏପରି ଏକ ଭୟଙ୍କର ଜେଲ ରହିଛି । ଏହି ଜେଲରେ କଏଦୀମାନେ ପରସ୍ପରକୁ ଆକ୍ରମଣ କରି ଖାଇ ଯାଆନ୍ତି । ଏହି ଜେଲର କ୍ଷମତା ୬୦୦ ରହିଥିବା ବେଳେ ଏଠାରେ ୭ ହଜାରୁ ଅଧିକ କଏଦୀଙ୍କୁ ରଖାଯାଇଥାଏ ।

– ତୁର୍କୀରେ ଏପରି ଏକ ଜେଲ ରହିଛି, ଯେଉଁଠାରେ ମାନବାଧିକାର ଅଧିକ ମାତ୍ରାରେ ଉଲ୍ଲଂଘନ କରାଯାଇଥାଏ । ୧୯୮୧ରୁ ୧୯୮୪ ମଧ୍ୟରେ ଏହି ଜେଲରେ ୩୪ ଜଣ କଏଦୀଙ୍କ ଅସ୍ୱାଭାବିକ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା । ଏଠାରେ କଏଦୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯିବା ସହ ଯୌନ ଶୋଷଣ ମଧ୍ୟ କରାଯାଇଥାଏ ।

Get real time updates directly on you device, subscribe now.