fbpx

ସାବଧାନ୍! ଏଣିକି ଅମାନିଆଙ୍କୁ ଧରିବ ସିସିଟିଭି

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ୧୦୦୦ ଟପିଥିଲେ ବି ଲୋକେ ଅବୁଝା । ବିନା ମାସ୍କ ଓ ସାମାଜିକ ଦୂରତାରେ ଯାତାୟତ କରି ପ୍ରଶାସନର କଟକଣାକୁ ଫୁ’ କରି ଉଡାଇଦେଉଛନ୍ତି । ସେଥିପାଇଁ କୋଭିଡ ଅମାନିଆଙ୍କୁ ସାବାଡ କରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଏଣିକି ସିସିଟିଭି ଆଧାରରେ ଅମାନିଆ ଲୋକଙ୍କ ଠାରୁ ଫାଇନ୍ କାଟିବ ପୋଲିସ । ନିୟମ ଉଲ୍ଲଂଘନ ହେଉଥିଲେ ସିସିଟିଭି ଆଧାରରେ ପୋଲିସ ସେଠାରେ ପହଞ୍ଚି କଡା କାର୍ଯ୍ୟାନୁଷ୍ଠାନ ନେବ । ନୂଆ ନିୟମ ଅନୁସାରେ ଫାଇନ୍ କଟାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ତେବେ ମାସ୍କ ଅମାନିଆଙ୍କ ପାଇଁ ଜରିମାନା ପରିମାଣ ବଢ଼ାଇଛନ୍ତି ରାଜ୍ୟ ସରକାର। ପ୍ରଥମ ଓ ୨ୟ ଥର ଧରାପଡ଼ିଲେ ୨ ହଜାର ଜରିମାନା ଦେବାକୁ ପଡ଼ିବ । ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା ୧ ହଜାର ଥିଲା । ଏଣିକି ରାଜ୍ୟରେ ଜରିମାନା ଦୁଇଗୁଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.