fbpx

ରାୟଗଡାର ଏହି ଆପାର୍ଟମେଣ୍ଟକୁ ଅବରୋଧ ଅଞ୍ଚଳ ଘୋଷଣା କଲା ପ୍ରଶାସନ

ରାୟଗଡା,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ରାୟଗଡା ରାଣୀଗୁଡା ଫାର୍ମରେ ଥିବା ସାଇ ଅମୃତା ଆପାର୍ଟମେଣ୍ଟରେ କଟକଣା ଲଗାଯାଇଛି । ଏହି ଆପାର୍ଟମେଣ୍ଟକୁ ଅବରୋଧ ଅଞ୍ଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଆପାର୍ଟମେଣ୍ଟରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ତେବେ ରାଜ୍ୟରେ ଆଜି ପୁଣି ୧୩୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୧୨ ଓ ସ୍ଥାନୀୟ ଅଞ୍ଚଳରୁ ୫୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୮ ହଜାର ୧୮୨ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୯ ହଜାର ୨୦୦ ରହିଥିବା ବେଳେ ୭୦୦୩ ଜଣ ଚିକିତ୍ସିତ ହେଉଛନ୍ତି । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.