fbpx

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତୃତୀୟ ଫୋଟ ସେୟାର କଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ ୧୧ା୪(ଓଡିଶା ଭାସ୍କର) : ବଲିଉଡ଼ ଅଭିନେତ୍ରୀ ତଥା ସୁଶାନ୍ତ ସିଂହ ରାଜପୁତଙ୍କ ଗଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବେ ବେଶୀ ନଜରକୁ ଆସୁ ନାହାଁନ୍ତି । ଖାଲି ଏତିକି ନୁହଁ ସେ ସୋସିଆଲ ମିଡ଼ିଆରେ ମଧ୍ୟ ଖାସ୍ ସକ୍ରିୟ ରହୁ ନଥିବା ଦେଖିବାକୁ ମିଳିଛି । କିଛି ଗଣମାଧ୍ୟମ ରିପୋର୍ଟ ମୁତାବକ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଏବଂ ତାଙ୍କ ସହ ଜଡ଼ିତ ମାମଲାକୁ ନେଇ ରିୟାଙ୍କୁ ଗଭୀର ଆଘାତ ଲାଗିଛି । ଯେଉଁଥି ଲାଗି ସେ ସୋସିଆଲ ମିଡ଼ିଆରୁ ନିଜକୁ ଦୂରେଇ ରଖିଛନ୍ତି । ତେବେ ତାଙ୍କ ଅବସ୍ଥାରେ ଧୀରେ ଧୀରେ ସୁଧାର ହୋଉଥିବା ଖବର ରହିଛି । ସୁଶାନ୍ତ ରାଜପତୁଙ୍କ ମୃତ୍ୟ ପରେ  ରିୟା ଚକ୍ରବର୍ତ୍ତୀଙ୍କ ସୋସିୟାଲ ମିଡ଼ିଆରେ ନିଜର ତୃତୀୟ ଫୋଟ ସେୟାର କରିଛନ୍ତି । ଯାହାପାଇଁ ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।


ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ନିଜ ଇନଷ୍ଟାଗ୍ରାମରେ ଏହି ଫୋଟ ସେୟାର କରିଛନ୍ତି । ଫୋଟରେ ସେ ରବିନ୍ଦ୍ରନାଥ ଟେଗୋରଙ୍କ କବିତା ଗୀତାଞ୍ଜଳି ପଢୁଥିବାର ନଜର ଆସୁଛନ୍ତି । ଏହି ପୋଷ୍ଟରେ ସେ ପ୍ରସିଦ୍ଧ ଲେଖକ ରବିନ୍ଦ୍ରନାଥ ଟେଗୋରଙ୍କ କବିତା ଗୀତାଞ୍ଜଳିର ଏକ ପଂକ୍ତି ଉଲ୍ଲେଖ କରିଛନ୍ତ । ପୋଷ୍ଟରେ ଳେଖିଛନ୍ତି ‘ଏକ ପ୍ରଶ୍ନ ଓ ଏକ ଅନୁତାପ ‘ହୋ’ ଏବଂ ‘କେଉଁଠି’? ହଜାରେ ଆଖିର ଲୁହରେ ତରଳି ଗଲ ଏବଂ ଆଶ୍ୱସନା ଭଳି ନଇରେ ଦୁନିଆକୁ ନେଇ ଗଲ ‘ମୁଁ’ ରବିନ୍ଦ୍ରନାଥ ଟେଗୋର, ଗୀତାଞ୍ଜଳି ।” ଏହା ବ୍ୟତୀତ ରିୟା ଚକ୍ରବର୍ତ୍ତୀ ହେଶଟେଗ୍ ଦେଇ #keepingthefaith ମଧ୍ୟ ଲେଖିଛନ୍ତି ।

Get real time updates directly on you device, subscribe now.