fbpx

ଆରପାରିରେ ପଶ୍ଚିମବଙ୍ଗ କଂଗ୍ରେସ ପ୍ରାର୍ଥୀ ରିଜାଉଲ୍ ହକ୍

ପଶ୍ଚିମବଙ୍ଗ, ୧୫/୪ (ଓଡିଶା ଭାସ୍କର): ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଭିତରେ ଏକ ନିରାଶଜନକ ଖବର ଆସିଛି । ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀଙ୍କର ଆଜି କରୋନାରେ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ ମୁର୍ସିଦାବାଦ୍ ସମସେରଗଞ୍ଜ ଆସନରୁ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ରିଜାଉଲ ହକଙ୍କ ଗୁରୁବାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । କରୋନା ସଂକ୍ରମିତ ହେବା ପରେ କଂଗ୍ରେସ ନେତା ରିଜାଉଲ୍ ହକ୍ କୋଲକାତାର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି ।

ରିଜାଉଲଙ୍କ ମୃତ୍ୟୁ ସମ୍ପର୍କରେ ସୁଚନା ଦେଇଛନ୍ତି ବଙ୍ଗଳା କଂଗ୍ରେସ ସଚିବ ରୋହନ୍ ମିତ୍ର । ସେ ଟୁଇଟ୍ କରି ଲେଖିଛନ୍ତି ଯେ, “ମୁର୍ସିଦାବାଦ୍ ଜିଲ୍ଲାର ସମସେରଗଞ୍ଜ ବିଧାନସଭା ଆସନ ପାଇଁ କଂଗ୍ରେସ ପାଇଁ ଲଢ଼ୁଥିବା ପ୍ରାର୍ଥୀ ରିଜାଉଲ୍ ହକ୍ ଙ୍କ ଗତକାଲି ରାତିରେ କରୋନା ମହାମାରୀ କାରଣରୁ ମୃତ୍ୟୁ ହୋଇଯାଇଛି’ । ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ତାଙ୍କର ଏପରି ମୃତ୍ୟୁ ହୋଇଥିବା ଖବର ସମସ୍ତ ଦଳୀୟ କର୍ମୀଙ୍କୁ ମର୍ମାହତ କରିଛି ।

Get real time updates directly on you device, subscribe now.