fbpx

କୂଅକୁ ଖସିଲା ବସ୍, ୧୧ମୃତ

ମହାରାଷ୍ଟ୍ର, ୨୮ା୧: ମହାରାଷ୍ଟ୍ର ନାସିକରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଅଟୋ ସହ ଧକ୍କା ଖାଇ କୂଅ ଭିତରକୁ ବସ ପସିଯାଇଥିବା ସୂଚନା ମିଳିଛି । ମର୍ମନ୍ତୁଦ ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଧକ୍କା ଖାଇବା ପରେ ପ୍ରଥମେ କୂଅରେ ଅଟୋ ପସିବା ପରେ ବସ୍ ପସିଯାଇଥିଲା । ଅଟୋରେ ଥିବା ସମସ୍ତ ୭ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ବସରେ ଥିବା ୪ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ଆହତମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ସମ୍ଭାବନା ରହିଛି ।

Get real time updates directly on you device, subscribe now.