fbpx

ରାଜ୍ୟରେ ଏପ୍ରିଲ୍ ୧୯ରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ; ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର ୧୬ ।୪ (ଓଡିଶା ଭାସ୍କର) : କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଏପ୍ରିଲ୍ ୧୯ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ସହ ହଷ୍ଟେଲ୍ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁୁମାର ସାହୁ ଟ୍ୱିଟ କରି ସୂଚନା ଦେଇଛନ୍ତି । ରଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଅଫଲାଇନ୍ କ୍ଲାସ୍ ଏବଂ ହେବାକୁ ଥିବା ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଅନ୍ୟପଟେ ଅଫଲାଇନ୍ ପରିବର୍ତ୍ତେ ଅନଲାଇନରେ ପାଠପଢା ଜାରି ରହିବ। ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୁପକ୍ଷ ଅଧା କର୍ମଚାରୀଙ୍କୁ ନେଇ କାମ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖି ଜଣାଇ ଦିଆଯାଇଛି ।

Get real time updates directly on you device, subscribe now.