fbpx

ସିଏମସି ଜାରି କଲା କଣ୍ଟ୍ରୋଲ୍ ରୁମ୍ ନମ୍ବର

କଟକ, ୧୮ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ମହାମାରୀ ପ୍ରଭାବ ଜାରି ରହିଥିବା ବେଳେ ରାଜ୍ୟ ସରକାର କଟକଣା ବୃଦ୍ଧି କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ପ୍ରଶାସନ ମଧ୍ୟ ସେଚତନ ହୋଇଛନ୍ତି । ସଂକ୍ରମଣ ବଢ଼ୁଥିବାରୁ ପୁଣିଥରେ ରାଜ୍ୟକୁ ନାଇଟ୍ କର୍ଫ୍ୟୁ ଫେରିଛି । ପୁଣି ଥରେ ରାଜ୍ୟ ସରକାର ସବୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସିଏମସି ପକ୍ଷରୁ ସହାୟତା ନମ୍ବର ଜାରି କରାଯାଇଛି । ଅର୍ଥାତ୍ ଜରୁରୀ କାଳୀନ ସମୟରେ ସାଧାରଣ ଜନତା ଉକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ । ଉକ୍ତ ନମ୍ବରଟି ହେଲା ବା କୋଭିଡ୍ କଣ୍ଟ୍ରୋଲ୍ ରୁମ୍ ନମ୍ବର ହେଲା ୭୦୭୭୭୭୫୫୫୫ । କୋଭିଡ୍ ସମ୍ପର୍କିତ ଯେକୌଣସି ସହାୟତା ପାଇଁ ଏହି ନମ୍ବର ଜିଲ୍ଲାର ଲୋକଙ୍କ ପାଇଁ ଜାରି କରାଯାଇଛି । ସୁଚନା ଯେ, କାଲିଠାରୁ ୨୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ରାତି ୯ଟାରୁ ସକାଳ ୫ଟା ଯାଏଁ ଏହା ଜାରି ରହିଥିଲା । ଆଜି ମଧ୍ୟ ଏହା ଲାଗୁ ହେବ । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ଆଉ ଯଦି କୌଣସି ବ୍ୟକ୍ତି ନିୟମ ନ ମାନି ବାହାରେ ବୁଲିବେ ତାହଲେ ପୋଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.