fbpx

କରୋନାକୁ ଜିତିଲା ଏହି ଦେଶ ! ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ

ବିଶ୍ୱରେ କରୋନା ଭାଇରସର ଭୟାବହତା ଜାରି ରହିଥିବାବେଳେ, ଇସ୍ରାଏଲରୁ ଆସିଛି ଏକ ଖୁସି ଖବର । ଇସ୍ରାଏଲ ସରକାର ପ୍ରାୟ ବର୍ଷେ ପରେ ଘରୁ ବାହାରିବାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ କୋହଳ କରିଛନ୍ତି  ।  ଇସ୍ରାଏଲ ଏହାର ପ୍ରାୟ ୮୦ ପ୍ରତିଶତ ନାଗରିକଙ୍କୁ ଟୀକାଦେବାରେ ସମର୍ଥ ହୋଇଛ, ଫଳରେ ସରକାର ଏହି ପଦକ୍ଷେପ ନେଇଛନ୍ତି  । ମାସ୍କ ଲଗାଇବା ଉପରୁ ପ୍ରତିବନ୍ଧତା ଉଠାଇଛନ୍ତି । ଏହାକୁ ଇସ୍ରାଏଲର କରୋନା ଭାଇରସଠାରୁ ଏକ ବଡ ବିଜୟ ଭଳି ଦେଖାଯାଉଛି ।

ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରୀ ୟୁଲି ଇଡେଲଷ୍ଟେଇନ କହିଛନ୍ତି ଦେଶରେ କରୋନା ଭାଇରସ ଟୀକା ନେବା ପରେ କରୋନା ସଂକ୍ରମଣ ହାରରେ ହ୍ରାସ ଘଟିଛି , ଯାହା ଫଳରେ ପ୍ରତିବନ୍ଧତା ଉପରେ କୋହଳ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି କି ଏବେବି ଅଫିସ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି । ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ ୯୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲରେ ୫୦ ଲକ୍ଷ ଲୋକଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଇଛି । ଭ୍ୟାକ୍ସିନ ନେବା କାରଣରୁ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ଏବଂ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଛି । ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜମିନ ନେତନ୍ୟାହୁ ଫାଇଜର ଠାରୁ ମେଡିକାଲ ସମ୍ବନ୍ଧୀୟ ତଥ୍ୟ ଦେଇ ବଡ ମାତ୍ରରେ ଭ୍ୟାକ୍ସିନ ହାସଲ କରିଥିଲେ । ଇସ୍ରାଏଲ ଭ୍ୟାକ୍ସିନର ପ୍ରଭାବର ତଥ୍ୟକୁ ଫାଇଜର ସହିତ ସେୟାର କରିଛି ।

କରୋନା ଭ୍ୟାକ୍ସିନ ନେବାପରେ ଇସ୍ରାଏଲ ଏହାର ଅବସ୍ଥାରେ ସୁଧାର ଆସିଥିଲା । ଜାନୁଆରୀରେ ଯେତେବେଳେ ଇସ୍ରାଏଲରେ ପ୍ରତିଦିନ ୧୦ ହଜାର ନୂଆ ମାମଲା ସାମ୍ନାକୁ ଆସୁଥିଲା ସେଠାରେ ଏବେ ପ୍ରତିଦିନ ୨୦୦ କେସ ସାମ୍ନାକୁ ଆସୁଛି । ଇସ୍ରାଏଲ ଏହାର ବିଭିନ୍ନ କ୍ଷେତ୍ରରେ ଲାଗିଥିବା କରୋନା କଟକଣାକୁ କୋହଳ କରିଛି । ଏହାପରେ ମଧ୍ୟ ସଂକ୍ରମଣ ହାର କମ ରହିଛି । ଏବେବି ଅନ୍ୟ ଦେଶ ମାନଙ୍କରେ ଭାଇରସକୁ ନେଇ ପ୍ରତିବନ୍ଧତା ରହିଛି ।

Get real time updates directly on you device, subscribe now.