fbpx

କରୋନାକୁ ଡରିକି ନୁହେଁ ବରଂ ହାରିଯିବା ଡରରେ ରାଲି ବନ୍ଦ କରିଦେଲେ ରାହୁଲ: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : : ଦେଶରେ କରୋନା ମହାମାରୀ ରେକର୍ଡ ଭାଙ୍ଗୁଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି ନେତା ମନ୍ତ୍ରୀ ମାନେ । ବର୍ତ୍ତମାନ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଗୃହମନ୍ତ୍ରୀ ସମସ୍ତେ ସେଠାରେ ବିଭିନ୍ନ ରାଲିକୁ ସମ୍ବୋଧନ କରୁଛନ୍ତି । ହେଲେ ରବିବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ସବୁ ରାଲିକୁ ବନ୍ଦ କରିଦେଇଥିଲେ । ସେ ନିଜେ ଘୋଷଣା କରିଥିଲେ ଯେ କରୋନା ସଂକ୍ରମଣ ବଢ଼ୁଥିବାରୁ ସେ ତାଙ୍କର ସବୁ ରାଲି ଏବଂ ପ୍ରଚାରକୁ ବନ୍ଦ କରୁଛନ୍ତି । ହେଲେ ଏହାକୁ ନେଇ ଏବେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ରାହୁଲ ଗାନ୍ଧୀକୁ ଟାର୍ଗେଟ କରିଛନ୍ତି । ଆଉ କହିଛନ୍ତି ଯେ, କରୋନାକୁ ଡରି ନୁହେଁ ବରଂ ହାରିଯିବା ଡରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଲି ସବୁକୁ ବନ୍ଦ କରିଦେଇଛନ୍ତି ।

ରବିବାର ରାହୁଲ ଗାନ୍ଧୀ ଟୁଇଟ୍ କରି କହିଥିଲେ ଯେ, “କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ସବୁ ରାଲିକୁ ରଦ୍ଦ କରୁଛନ୍ତି । ରାଜନୈତିକ ଦଳ ମାନେ ଭାବିବା କଥା ଯେ, ବର୍ତ୍ତମାନ ରାଲି ଦ୍ୱାରା ଦେଶ ଏବଂ ଜନତାଙ୍କୁ କେତେ ବିପଦ ହେବ” ।

Get real time updates directly on you device, subscribe now.