fbpx

କରୋନା ପ୍ରଭାବ: ହସ୍ପିଟାଲ ପାଇଁ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର,  ୨୦ ।୪ (ଓଡିଶା ଭାସ୍କର)  : କରୋନା ପାଇଁ ସାରା ରାଜ୍ୟରେ କଟକଣାକୁ କଡାକଡି କରାଯାଇଛି । ସଂକ୍ରମଣ କମାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ତେବେ ଆଜି ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲ ପାଇଁ ନିୟମାବଳୀ ଜାରି ହୋଇଛି । ମେଡିକାଲ୍ ରେ ଯେପରି ସବୁ ପ୍ରକାରର ସଚେତନତା ରହିବ ସେ ନେଇ ସରକାର କଡା ତାଗିଦ୍ କରିଛନ୍ତି । ଗାଇଡ୍ ଲାଇନ୍ ଅନୁସାରେ, ପ୍ରତ୍ୟେକ ହସ୍ପିଟାଲରେ ଅଲଗା ଜ୍ୱର ଏବଂ ଆଇସୋଲେସନ୍ କ୍ଲିନିକ୍ କରିବାକୁ ନିର୍ଦ୍ଦେଶ ହୋଇଛି । ଏଥିସହିତ ହସ୍ପିଟାଲକୁ ଆସୁଥିବା ସମସ୍ତ ଲୋକଙ୍କର ସ୍କ୍ରିନିଂ କରାଯିବ । ହାତଧୋଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାନିଟାଇଜର୍ ରଖିବାକୁ ନିର୍ଦ୍ଦେଶ ହୋଇଛି ।

ହସ୍ପିଟାଲର ଯଦି କୌଣସି ସେକ୍ସନ୍ ରୁ ସଂକ୍ରମିତ ବାହାରନ୍ତି ତେବେ ତାକୁ ତୁରନ୍ତ ବନ୍ଦଚ କରାଯିବ । ସେହି ସେକ୍ସନ୍ ରୁ ରୋଗୀଙ୍କୁ ଅଲଗା ସ୍ଥାନରେ ରଖିବାକୁ ବ୍ୟବସ୍ଥା କରାଯିବ ଏବଂ ରୁମ୍ କୁ ଖାଲି କରାଯିବ । ଆଉ ଉକ୍ତ ରୁମକୁ ଖାଲି କରାଯାଇ ତାକୁ ସାନିଟାଇଜ୍ କରାଯାଇ ୨୪ ଘଣ୍ଟା ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।

Get real time updates directly on you device, subscribe now.