fbpx

ହାଇଦର୍ ମାମଲା: କନେଷ୍ଟବଲ ମୌସିମ୍ ଗିରଫ

କଟକ,  ୨୦ ।୪ (ଓଡିଶା ଭାସ୍କର)  : ଗ୍ୟାଙ୍ଗଷ୍ଟାର ହାଇଦର୍ ମାମଲାରେ ଆଜି ଆଉ ୨ ଜଣ ଗିରଫ ହୋଇଛନ୍ତି । ଏଥିରେ କନେଷ୍ଟବଲ ମହମ୍ମଦ ମୌସିମ ସମେତ ୨ ଜଣ ଗିରଫ ହୋଇଛନ୍ତି । ସୁଚନା ଯେ, ମୌସିମ୍ ବ୍ୟତୀତ ସମ୍ବଲପୁର ଜେଲ୍ ର ଜଣେ ୱାର୍ଡର ଗିରଫ ହୋଇଛନ୍ତି । ଏମାନଙ୍କୁ ଆଜି କଟକ ମଙ୍ଗଳାବାଗ ଥାନା ପୋଲିସ୍ ଗିରଫ କରିଛି । ଏହି ଦୁଇ ଜଣ ହାଇଦର୍ ଯେଉଁ ଫେରାର୍ ହୋଇଥିଲା ସେଦିନ ଡ୍ୟୁଟିରେ ଥିଲେ । ଖାଲି ସେତିକି ନୁହେଁ ମେଡିକାଲରେ ହାଇଦରକୁ ପହରା ଦେବା ଦାୟିତ୍ୱରେ ଥିବା ୬ ପୋଲିସ୍ ଅଫିସର୍ ଙ୍କୁ ନିଲମ୍ବିତ ମଧ୍ୟ ହୋଇଥିବା ସୁଚନା ମିଳିଛି । ହାଇଦର୍ କୁ ସହଯୋଗ କରିବା ଅଭିଯୋଗରେ ଉକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ ଏବଂ ଦାୟିତ୍ୱରେ ଖିଲାପ କରିଥିବା ଯୋଗୁଁ ୬ ଜଣ ଅଫିସର୍ ଙ୍କୁ ନିଲମ୍ବିତ କରାଯାଇଛି ।

Get real time updates directly on you device, subscribe now.