fbpx

ବନ୍ଦ ହେବ ଏମ୍ସ ଓପିଡି ସେବା

ଭୁବନେଶ୍ୱର, ୨୧ ।୪ (ଓଡିଶା ଭାସ୍କର) : ଏପ୍ରିଲ୍ ୨୫ ତାରିଖରୁ ଏମ୍ସ ଓପିଡି ସେବା ବନ୍ଦ ହେବ । ସହରରେ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣ କାରଣରୁ ଓପିଡି ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯିବ । କେବଳ ଜରୁରୀକାଳୀନ ସେବା କ୍ଷେତ୍ରରେ ଖୋଲାଯିବ ବୋଲି ଆଜି ହସ୍ପିଟାଲ ପକ୍ଷରୁ ସୁଚନା ଦିଆଯାଇଛି । କିଛି ଦରକାରୀ ସେବାକୁ ଛାଡିଦେଲେ ବାକି ସବୁ ସେବା ବନ୍ଦ ରହିବ । ଯେପରିକି ଡାଏଲିସିସ୍, ରେଡିଓଥେରାପି, ଟ୍ରମା, ଟେଲିମେଡିସିନ୍ ସେବା ଆଦି ଜାରି ରହିବ । ଆହୁରି ମଧ୍ୟ ଯେଉଁ ମାନେ ଅନଲାଇନ୍ ରେ ୨୫ ତାରିଖ ପୂର୍ବରୁ ରେଜିଷ୍ଟ୍ରେସନ୍ କରିସାରିଥିବେ ସେମାନେ ଯାଇ ଚିକିତ୍ସା କରିପାରିବେ । ସେହିପରି ଟେଲିମେଡିସିନ୍ ସେବା ମାଧ୍ୟମରେ ଦରକାରୀ ମେଡିସିନ୍ ପାଇପାରିବେ ।

Get real time updates directly on you device, subscribe now.