fbpx

ପିପିଲି ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : ପିପିଲି ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଅଜିତ୍ ମଙ୍ଗରାଜଙ୍କ ପରିବାରରୁ ଆମେ ପ୍ରାର୍ଥୀ କରିବା ପାଇଁ ଚାହିଁଥିଲୁ । ହେଲେ ତାଙ୍କ ପରିବାରୁ ନିର୍ବାଚନ ଲାଗି ପ୍ରାର୍ଥୀ ହେବା ପାଇଁ ମନା କର ିଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ପ୍ଲାନ୍-A ଫେଲ୍ ମାରିଥିବାରୁ ଆମେ ବର୍ତ୍ତମାନ ପ୍ଲାନ୍ –Bରେ କାମ କରୁଛୁ ବୋଲି କହିଛନ୍ତି କଂଗ୍ରେସ ନେତା । ଅନ୍ୟ ଦୁଇ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ସବୁ ଦିଗକୁ ବିଚାରକୁ ନିଆଯାଇ ପ୍ରାର୍ଥୀ ଚୟନ କରାଯିବ ।

 

Get real time updates directly on you device, subscribe now.