fbpx

ଖୁସି ଖବର! କରୋନାର ୬୧୭ ପ୍ରକାରକୁ ମାତ୍ ଦେଉଛି କୋଭାକ୍ସିନ୍‌- ଆମେରିକୀୟ ବିଶେଷଜ୍ଞ

ୱାଶିଂଟନ,୨୮ ।୪: କରୋନା ମହାମାରୀ ପୁଣି ଥରେ ସକ୍ରିୟ ହେବାରେ ଲାଗିଥିବା ବେଳେ ଆମେରିକାରେ ଟିକାକୁ ନେଇ ଆସିଛି ଏକ ଖୁସି ଖବର । ଆମେରିକାର ବରିଷ୍ଠ ମହାମାରୀ ବିଶେଷଜ୍ଞ ଡକ୍ଟର ଏନଥୋନି ଫାଉସି କହିଛନ୍ତି ଯେ, ସ୍ୱଦେଶର କରୋନା ଟିକା କୋଭାକ୍ସିନ୍ କରୋନାର ୬୧୭ ପ୍ରକାରକୁ ମାତ୍ ଦେବାରେ ବେଶ୍ ପ୍ରଭାବଶାଳୀ । ମଙ୍ଗଳବାର ଦିନ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ଡକ୍ଟର ଫାଉସି ଏହି ସୂଚନା ଦେଇଛନ୍ତି । ସେ ହ୍ୱାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଭାବେ କାର୍ଯ୍ୟରତ ଅଛନ୍ତି ।

ତେବେ ଗତ ମଙ୍ଗଳବାର ଦିନ ଫାଉସି ସୂଚନା ଦେଇଛନ୍ତି ଯେ, ‘ଭାଇରସର ୬୧୭ ପ୍ରକାରକୁ ହରାଇବାରେ କୋଭାକ୍ସିନ ସକ୍ଷମ । ଭାରତରେ ଯେଉଁଭଳି ଅସୁବିଧା ଦେଖାଦେଇଛି, ଟିକାକରଣ ଏହା ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକାର ବୋଲି ପ୍ରମାଣିତ ହୋଇପାରେ ।’

Get real time updates directly on you device, subscribe now.