fbpx

ଫେସବୁକରେ ଟ୍ରେଣ୍ଡ କରୁଛି #ResignModi, ବ୍ଲକ୍ ପରେ ପୁଣି କଲେ ରିଷ୍ଟୋର୍

ନୂଆଦିଲ୍ଲୀ,୨୮/୪(ଓଡ଼ିଶା ଭାସ୍କର) : ଦେଶରେ କରୋନାର ଦୟନୀୟ ସ୍ଥିତି ଦିନକୁ ଦିନ ବିଗୁଡୁଥିବା ଥିବାବେଳେ ସରକାରଙ୍କ ଆକ୍ରୋଶ ମଧ୍ୟ ବଢ଼ିଚାଲିଛି । ଏହି ପରିପ୍ରେକ୍ଷୀରେ ଲୋକପ୍ରିୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଫେସବୁକ୍ ରେ ହ୍ୟାସଟ୍ୟାଗ୍ #ResignModi ଟ୍ରେଣ୍ଡ କରିବାରେ ଲାଗିଛି । ଏହି ହ୍ୟାସଟ୍ୟାଗ୍ ଅଧୀନରେ ଥିବା ସବୁତକ ପୋଷ୍ଟକୁ ଫେସବୁକ୍ ତରଫରୁ ପ୍ରଥମେ ବ୍ଲକ୍ କରିଦିଆଯାଇଥିଲା । ହେଲେ ବ୍ଲକ୍ କରିବାର କିଛି ଘଣ୍ଟା ମଧ୍ୟରେ ଏହାକୁ ପୁଣିଥରେ ରିଷ୍ଟୋର କରାଯାଇଛି । ତେଣୁ ଏବେ ଫେସବୁକ୍ ୟୁଜର୍ ମାନେ ଅଭିଯୋଗ କରିଛନ୍ତି ଯେ, ଏହି ହ୍ୟାସଟ୍ୟାଗ୍ କୁ ସରକାରଙ୍କ ଚାପରେ ବ୍ଲକ୍ କରାଯାଇଥିଲା ।

ଏନେଇ ଫେସବୁକ୍ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ହ୍ୟାସଟ୍ୟାଗ୍ ଟି ଭୁଲରେ ବ୍ଲକ୍ ହୋଇଯାଇଥିଲା । କେନ୍ଦ୍ର ସରକାରଙ୍କ କଥାରେ ବ୍ଲକ୍ କରାଯାଇନଥିଲା । ଫେସବୁକ୍ ରେ କିଛି ହ୍ୟାସଟ୍ୟାଗ୍ ଅଟୋମେଟେଡ୍ ଗାଇଡଲାଇନ୍ କାରଣରୁ ବ୍ଲକ୍ ହୋଇଯାଏ ଏବଂ ଆଉ କିଛି ମ୍ୟାନୁଆଲ୍ କମ୍ପାନୀ ପକ୍ଷରୁ ବ୍ଳକ୍ କରାଯାଏ । ସୁଚନା ଯେ, ଗୁରୁବାର #ResignModi ଫେସବୁକ୍ ରେ ଖୁବ୍ ଚର୍ଚ୍ଚାରେ ଥିଲା । ଲୋକ ଏହି ହ୍ୟାସଟ୍ୟାଗରେ ସରକାରଙ୍କ ବିରୋଧରେ ଅନେକ କଥା କହିଥିଲେ । ବିଶେଷ କରି କରୋନା ସମୟରେ ଅକ୍ସିଜେନ୍ ଅଭାବରେ ଯେଉଁଭଳି ଭାବେ ଲୋକଙ୍କର ମୃତ୍ୟୁ ହେଉଛି, ତାହାକୁ ଆଧାର କରି ସରକାରଙ୍କୁ ଜନସାଧାରଣ ଟାର୍ଗେଟ କରିଛନ୍ତି ।

Get real time updates directly on you device, subscribe now.