fbpx

ରିଲିଜ୍ ହେଲା ରାଧେ ଫିଲ୍ମର ଆଉ ଏକ ଗୀତ “ଦିଲ୍ ଦେ ଦିୟା”

ମୁମ୍ବାଇ, ୩୦ା୪ (ଓଡିଶା ଭାସ୍କର) : ଭାଇଜାନ୍ ସଲମାନ ଖାନଙ୍କ ଫିଲ୍ମ “ରାଧେ’ ଏବେ ରିଲିଜ୍ ଅପେକ୍ଷାରେ । ଏହି ଫିଲ୍ମର ଗୋଟିଏ ଗୀତ ରିଲିଜ୍ ହୋଇସାରିଥିବା ବେଳେ ଏବେ ଏହାର ଆଉ ଏକ ଗୀତ ରିଲିଜ୍ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ପୁର୍ବରୁ ରିଲିଜ୍ ହୋଇଥିବା “ସିଟି ମାର୍” ଗୀତରେ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିଥିବା ବେଳେ ଅଳ୍ପ ସମୟ ଆଗରୁ ରିଲିଜ୍ ହୋଇଥିବା ଗୀତରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ନାଣ୍ଡିଜ୍ ଙ୍କୁ ଦେଖିବାକୁ ମିଳିଛି ।

 

ଗୀତର ନାଁ ହେଉଛି “ଦିଲ୍ ଦେ ଦିୟା” । ଏହି ଗୀତରେ ସଲମାନ ଏବଂ ଜ୍ୟାକଲିନ୍ ଫର୍ନାଣ୍ଡିଜଙ୍କର ଖୁବ୍ ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଫିଲ୍ମରେ ଜ୍ୟାକଲିନ୍ କେବଳ ଗେଷ୍ଟ ଭାବରେ ରହିଛନ୍ତି ।

“ଦିଲ୍ ଦେ ଦିୟା” ଗୀତରେ କମାଲ ଖାନ୍ ଏବଂ ପାୟଲ ଦେବ କଣ୍ଠ ଦାନ କରିଛନ୍ତି । ଏଥିସହିତ ଗୀତର ମ୍ୟୁଜିକ୍ ଦେଇଛନ୍ତି ହିମେଶ ରେସମିୟା । ଏଥିରେ ଜ୍ୟାକଲିନଙ୍କୁ ଭିନ୍ନ ଭିନ୍ନ କଷ୍ଟ୍ୟୁମ୍ ରେ ଦେଖିବାକୁ ମିଳିଥିବା ବେଳେ ସବୁ କଷ୍ଟ୍ୟୁମ୍ ରେ ସେ ବେଶ୍ ସୁନ୍ଦର ଦିଶୁଛନ୍ତି । ସୁଚନା ଯେ, ଫିଲ୍ମ “ରାଧେ” ରେ ଦିଶା ପଟାନୀ ଲିଡ୍ ରୋଲରେ ନଜର ଆସିବେ । ପୁର୍ବରୁ ଏହି ଫିଲ୍ମର ଆଉ ଏକ ଗୀତ ରିଲିଜ୍ ହୋଇଥିଲା । ସେଥିରେ ସଲମାନ ଏବଂ ଦିଶାଙ୍କୁ ଧମାଲ୍ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଫ୍ୟାନ୍ସ ମାନେ ମଧ୍ୟ ଖୁବ୍ ପସନ୍ଦ କରିଥିଲେ । ମାତ୍ର ୨୪ ଘଣ୍ଟାରେ ୩୦ ମିଲିୟନ୍ ଭିୟୁରୁ ଅଧିକ ସଂଖ୍ୟା କ୍ରସ୍ କରିଥିଲା ।

Get real time updates directly on you device, subscribe now.