fbpx
BSKY SKY
BSKY SKY

ରାଜ୍ୟରେ ଖସିଲା ପାରଦ, ଜାଣନ୍ତୁ କେଉଁଠି କେତେ ତାପମାତ୍ରା?

BSKY

ଭୁବନେଶ୍ବର,୯ ।୫(ଓଡିଶା ଭାସ୍କର) : ସାରା ରାଜ୍ୟରେ ତାତିରୁ ମିଳିଲା ସାମାନ୍ୟ ତ୍ରାହି । କେବଳ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ରହିଛି ୪୦.୫ ଡିଗ୍ରୀ । ବାକି ସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳେ ରହିଛି । ସେହିପରି ବାଲେଶ୍ବରରେ ୩୪.୯ ଡିଗ୍ରୀ, ଚାନ୍ଦବାଲିରେ ୩୬.୪, କଟକରେ ୩୭, ପାରାଦୀପରେ ୩୨.୬, ଭୁବନେଶ୍ବରରେ ୩୭.୨, ଗୋପାଳପୁରରେ ୩୩.୩, ପୁରୀରେ ୩୪.୧, ଅନୁଗୁଳରେ ୩୪.୧, ବାରିପଦାରେରେ ୩୭, ଝାରସୁଗୁଡ଼ାରେ ୩୭.୨, କେନ୍ଦୁଝରରେ ୩୫, ସମ୍ବଲପୁରରେ ୩୬.୫, ସୁନ୍ଦରଗଡ଼ରେ ୩୮, ହୀରାକୁଦରେ ୩୫.୯, ତାଳଚେରରେ ୩୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ସହ ଭବାନୀପାଟଣାରେ ତାପମାତ୍ରା ୩୮.୫ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୭.୮, କୋରାପୁଟରେ ୩୨.୨, ଫୁଲବାଣୀରେ ୩୬.୫, ଟିଟିଲାଗଡ଼ ଓ ମାଲକାନଗିରିରେ ୩୮, ସୋନପୁରରେ ୩୯.୮, ନୟାଗଡ଼ରେ ୩୮, ଛତ୍ରପୁରରେ ୩୩.୬, ପାରଳାଖେମୁଣ୍ଡିରେ ୩୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.