fbpx

କରୋନାରେ ଆଖି ବୁଜିଲେ ଆଉ ଜଣେ ଶିକ୍ଷକ

ଲାଞ୍ଜିଗଡ଼,୯ ।୫(ଓଡିଶା ଭାସ୍କର) : କରୋନା ଯୋଗୁଁ ସବୁଆଡେ ହାହାକାର ସୃଷ୍ଟି ହୋଇଛି । ଏଥିରେ ଡାକ୍ତର, ଶିକ୍ଷକ, ନେତାମନ୍ତ୍ରୀଙ୍କ ସମେତ ବହୁ ସାଧାରଣ ଲୋକଙ୍କ ମୃତ୍ୟୁ ହେଉଛି । ଏହାରି ମଧ୍ୟରେ ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ସ୍ଥିତ ମଧୁ ମହେଶ୍ୱର ବୁଦ୍ଧିଆ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦାମୋଦର ଭୋଇଙ୍କ କରୋନାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ।

ତେବେ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଦାମୋଦରଙ୍କୁ ବିଷମ କଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉଚ୍ଚ ଚିକିତ୍ସା ପାଇଁ ବିଷମକଟକରୁ ବିଶାଖାପାଟଣା ନେଉଥିବା ସମୟରେ ଅଧାବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.