fbpx

ସପ୍ତାହେ ଧରି ପାଳନ ହେବ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ

ଭୁବନେଶ୍ୱର, ୩ା୨(ଓଡ଼ିଶା ଭାସ୍କର): ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବ । ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବ ପ୍ରସ୍ତୁତି ବୈଠକରେ ସପ୍ତାହେ ଧରି ଜନ୍ମ ଜୟନ୍ତୀ ପାଳନ ନେଇ ନିଷ୍ପତ୍ତି ନିଆଯାଇଛି । ଜନ୍ମସ୍ଥାନ କଟକରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ୨୦ବର୍ଷ ପୂର୍ତ୍ତି ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସୂଚନା ମିଳିଛି । ବ୍ଲକ ସ୍ତରରୁ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ପାଳନ ପାଇଁ ପ୍ରସ୍ତୁତି ହୋଇଛି । ଏଥିରେ ଛାମୁଆ ସଙ୍ଗଠନ, ଯୁବ, ମହିଳା ଓ ଛାତ୍ର ସାମିଲ ହେବେ । ଏନେଇ ଅନଙ୍ଗ ଉଦୟ ସିଙ୍ଗଦେଓ, ପ୍ରମିଳା ମଲ୍ଲିକ ଓ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.