fbpx

୫-ଟି ସଚିବଙ୍କ ‘କରୋନା’ ସମୀକ୍ଷା

ଭୁବନେଶ୍ୱର,୩ ।୧(ଓଡିଶା ଭାସ୍କର): କରୋନା ଭାଇରସକୁ ନେଇ ସାରା ବିଶ୍ୱରରେ ଆତଙ୍କ ଖେଳିଯାଇଛି । ଏହି ଭାଇରସରେ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଏନେଇ ସତର୍କ ରହିଛି ଓଡିଶା । କରୋନା ଭାଇରସକୁ ନେଇ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ସମୀକ୍ଷା କରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି ୫-ଟି ସଚିବ ।

ଏହାରି ମଧ୍ୟରେ କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହରେ କଟକ ବଡ ମେଡିକାଲରେ ଦୁଇ ଜଣଙ୍କ ଚିକିତ୍ସା ଚାଲିଛି। ଚୀନର ଉହାନରୁ ଫେରିଥିବା ଛାତ୍ରୀଙ୍କୁ ଏସସିବିରେ କରୋନା ଆକ୍ରାନ୍ତଙ୍କ ପାଇଁ ଖୋଲାଯାଇଥିବା ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି । ତାଙ୍କ ରକ୍ତ ଓ ଲାଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆଜି ଆଇସିଏମଆରକୁ ପଠାଯିବ । ଉକ୍ତ ନମୁନାରୁ ପୁନେ ସ୍ଥିତ ନାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯିବ ବୋଲି ସୂଚନା ମିଳିଛି ।

ତେବେ ଚୀନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଚୀନରେ ୩୬୦ଜଣଙ୍କର ମୃତ୍ୟୁ ଘଟିଲାଣି । ଗତକାଲି ଗୋଟିଏ ଦିନରେ ୫୬ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୧୦ହଜାରରୁ ଅଧିକ ଆକ୍ରାନ୍ତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.