fbpx

କେରଳରେ ତୃତୀୟ ‘କରୋନା’ ଆକ୍ରାନ୍ତ ରୋଗୀ ଚିହ୍ନଟ

କେରଳ,୩ ।୨: ଚୀନରେ ଆତଙ୍କ ଖେଳାଉଥିବା କରୋନା ଭାଇରସ୍ ଏବେ ଭାରତକୁ ଆକ୍ରାନ୍ତ କରିବାରେ ଲାଗିଲାଣି । ଭାରତରେ ତୃତୀୟ କରୋନା ଆକ୍ରାନ୍ତ ରୋଗୀ ଆଜି କେରଳରେ ଚିହ୍ନଟ ହୋଇଛି । ଏପର୍ଯ୍ୟନ୍ତ ଭାରତରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ୩ ରୋଗୀ କେରଳର ବୋଲି ଜଣାପଡିଛି । କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶାଲିଜାଙ୍କ କହିବା ମୁତାବକ, ତୃତୀୟ ରୋଗୀ ଜଣକ କିଛି ଦିନ ପୂର୍ବରୁ ଚୀନର ଉହାନରୁ ଆସିଥିଲେ । ଏବେ ତାଙ୍କୁ ଡାକ୍ତରଙ୍କ ନଜରରେ ରଖାଯାଇଛି ।

ତେବେ କେରଳରେ ଚୀନ ଓ କରୋନା ଭାଇରସରେ ପ୍ରଭାବିତ ହୋଇଥିବା ୧୯୯୯ ଜଣଙ୍କ ଉପରେ ନଜର ରଖାଯାଇଛି । କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୩୦୦ରୁ ଅଧିକ ଥିବା ବେଳେ ଏଥିରେ ୧୧,୭୯୧ ଜଣ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ କେରଳରେ ଜଣେ କରୋନା ଆକ୍ରାନ୍ତ ପ୍ରଥମେ ଚିହ୍ନଟ ହୋଇଥିଲେ । ସେ ଚୀନର ଉହାନରେ ଡାକ୍ତରୀ ପାଠ ପଢୁଥିଲେ । କେରଳ ଆସିବା ପରେ ତାଙ୍କ ଗଳାରେ ଇନଫେକ୍ସନ ହୋଇଥିବା ଜଣାପଡିଲା । ପରୀକ୍ଷା ପରେ କରୋନା ଭାଇରସ୍ ହୋଇଥିବା ରିପୋର୍ଟ ଆସିଥିଲା । ସେହିପରି ଆଉ ଜଣେ ବ୍ୟକ୍ତି କେରଳର ଥିବା ବେଳେ ସେ ଗତ ଜାନୁଆରୀ ୨୪ରେ ଚୀନରୁ ଫେରିଥିଲେ । ସେ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ବର୍ତ୍ତମାନ ସମୟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ଉପରେ ନଜର ରଖିଛି ।

Get real time updates directly on you device, subscribe now.