fbpx

ଆଇଏଏସ ବିଜୟକେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ

କଟକ, ୩ା୨(ଓଡ଼ିଶା ଭାସ୍କର): ଆଇଏଏସ ବିଜୟକେତନ ଉପାଧ୍ୟାୟଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିବା ସୂଚନା ମିଳିଛି । ତାଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ପ୍ରଥମେ ବିଜୟଙ୍କ ଜାମିନ ଆବେଦନକୁ ଭିଜିଲାନ୍ସ କୋର୍ଟ ଖାରଜ କରିଥିଲେ । ଭିଜିଲାନ୍ସ କୋର୍ଟରୁ ଖାରଜ ହେବା ପରେ ହାଇକୋର୍ଟରେ ଜାମିନ ପାଇଁ ସେ ଆବେଦନ କରିଥିଲେ ।
ଉଲ୍ଲେଖଯୋଗ୍ୟ ଆଇଏଏସ ବିଜୟ କେତନ ଉପାଧ୍ୟାୟ ୧ଲକ୍ଷ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ । ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି । ଏହାପୂର୍ବରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ପ୍ରସଙ୍ଗରେ ତଥ୍ୟ ଦେଇଥିଲା ଭିଜିଲାନ୍ସ । ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଥିଲା ସାଙ୍ଘାତିକ ତଥ୍ୟ । ୨୦୧୨ରୁ ୨୦୧୯ ଭିତରେ ୩ଟି ଖାତାରେ ୭୦ଲକ୍ଷ ଟଙ୍କା ଜମା ହୋଇଥିଲା । ଉଭୟ କାଉଣ୍ଟର ଓ କ୍ୟାସ ଜମା ମେସିନ ଜରିଆରେ ଟଙ୍କା ଜମା ହୋଇଥିଲା । ଏହାସହ ସେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଥିବା ବେଳେ ଜମା ହୋଇଥିଲା ୨୨ଲକ୍ଷ । ଗୋଟିଏ ଦିନରେ ଏକାଧିକବାର ଆକାଉଣ୍ଟରେ ଟଙ୍କା ଜମା ହୋଇଥିଲା ।

Get real time updates directly on you device, subscribe now.