fbpx

ନବବଧୁର ହାଇଭୋଲଟେଜ୍ କେଳେଙ୍କାରୀ: ବାସର ରାତିରେ ଶାଶୁଘରୁ ଟଙ୍କା ଓ ସୁନାଗହଣା ଧରି ଛୁ’

ଭୁବନେଶ୍ୱର, ୧୪/୦୫(ଓଡିଶା ଭାସ୍କର) : ରାଜଧାନୀରେ ମାତିଛି ନବବଧୁ ଲୁଟେରା । ଧନୀ ପୁଅଙ୍କ ସହ ବିବାହ କରିବା ପରେ ବାସର ରାତିରେ ଟଙ୍କା ପଇସା ଲୁଟ୍ କରି ଚମ୍ପଟ ମାରେ ଏହି ନବବଧୁ । ପୁରା ଫିଲ୍ମି ଷ୍ଟାଇଲ୍ ରେ ରାଜଧାନୀରେ କଳାକନା ବୁଲାଉଛି ଏହି ନବବଧୁ । ଏହି ଭଳି ଖବର ଆସିଛି ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗରରୁ । ସେଠାରେ ଗୋଟିଏ ନବବଧୁ ବାହା ହେବାପରେ ଚଉଠି ରାତିରେ ଶାଶୂ ଘରୁ ୨ ଲକ୍ଷଟଙ୍କାର ସୁନାଗହଣା ଓ ୫୦ ହଜାର ଟଙ୍କା ନେଇ ଝରକା ପଟେ ଫେରାର୍ ହୋଇ ଯାଇଛି । ଯାହା ଏବେ ପୁରା ରାଜଧାନୀରେ ଚର୍ଚ୍ଚାର ଖବର ପାଲଟିଛି । ପୋଲିସ୍ ଏବେ ଏହି ଲୁଟେରା ନବବଧୁକୁ ଖୋଜୁଛି ।

ସୁଚନା ଅନୁସାରେ, ଡୁମୁଡୁମା ରଘୁନାଥନଗରରେ ସନ୍ତୋଷ ବାରିକ(ଛଦ୍ମନାମ) ନାମକ ଜଣେ ବ୍ୟକ୍ତି ରହୁଥିବା ବେଳେ ତାଙ୍କ ବିବାହ ଆଇଗିଣିଆ ଫୁଲେଶ୍ୱର ବସ୍ତିରେ ରହୁଥିବା ମାମା(ଛଦ୍ମନାମ)ଙ୍କ ସହ ଗତ ୭ ତାରିଖରେ ହୋଇଥିଲା । ବିବାହ ସବୁ ରୀତିନୀତିରେ ହେବା ସହିତ ଦାବି ମୁତାବକ ଯୌତୁକ ମଧ୍ୟ ଦେଇଥିଲେ ମାମାଙ୍କ ପରିବାର । ଏହାପରେ ସେମାନଙ୍କ ଚଉଠୀ କାର୍ଯ୍ୟକ୍ରମ ୧୦ ତାରିଖରେ ଦିବବେଳା ସରିଥିଲା । ଆଉ ରାତିରେ ମାମା ଆରମ୍ଭ କରିଥିଲେ ତା’ର ଚିରାଚରିତ ଲୁଟ୍ ଉଦ୍ୟମର ମାଷ୍ଟରପ୍ଲାନ୍ । ୧୦ ତାରିଖ ରାତିରେ ସେ ରୁମ୍ କୁ ଯିବା ପରେ ତା ଶାଶୁ ଘରଲୋକଙ୍କୁ କହିଥିଲେ ଯେ, ତାଙ୍କର ମୁଣ୍ଡ ବୁଲାଉଛି ତେଣୁ ଟିକେ ଏକୁଟିଆ ଶୋଇବି । ଏହାପରେ ଶାଶୁଘର ଲୋକେ ମେଡିସିନ୍ ଖାଇ ଶୋଇବାକୁ କହିଥିଲେ । ହେଲେ ମାମା କହିଥିଲେ ଯେ, ମେଡିସିନର ଆବଶ୍ୟକତା ନାହିଁ ସେ ଶୋଇପଡିଲେ ଭଲ ଲାଗିବ । ଏତିକି କହି ସେ ଭିତର ପଟୁ କବାଟ ଦେଇ ଶୋଇପଡିଥିଲେ ।

ସକାଳୁ ଯେତେବେଳେ ଶାଶୁ ଘର ଲୋକ କବାଟ ବାଡେଇ ବୋହୁକୁ ଡାକିଥିଲେ ସେତେବେଳେ ଭିତର ପଟୁ କିଛି ଉତ୍ତର ମିଳିନଥିଲା । ଏହାପରେ ବାଧ୍ୟ ହୋଇ ଶାଶୁ ଘର ଲୋକେ କବାଟକୁ ଭାଙ୍ଗି ରୁମକୁ ପଶିଥିଲେ । ଆଉ ଭିତରକୁ ଯାଇ ଦେଖିଲା ବେଳକୁ ମାମା ନଥିଲେ । ଆଉ ରୁମର ଝରକା ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ । ଖାଲି ସେତିକି ନୁହେଁ ଆଲମିରାରେ ଥିବା ସବୁତକ ସୁନା ଗହଣା ଏବଂ ୫୦ ହଜାର ଟଙ୍କା ମଧ୍ୟ ଗାୟବ୍ ଥିବା ଦେଖିବାକୁ ପାଇଥିଲେ । ତାପରେ ଜାଣିପାରିଥିଲେ ଯେ ବୋହୁ ଘରୁ ସବୁ କିଛି ନେଇ ଫେରାର୍ ହୋଇଯାଇଛି । ତେବେ ବୋହୁକୁ ଚାରିଆଡେ ଖୋଜାଖୋଜି କରିଥିଲେ । ହେଲେ ପାଇନଥିଲେ । ତେଣୁ ସେମାନେ ଖଣ୍ଡଗିରି ଥାନାରେ ୧୧ ତାରିଖ ଦିନ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ୍ ଏବେ ନବବଧୁର ସନ୍ଧାନରେ ଲାଗିପଡିଛି ।

Get real time updates directly on you device, subscribe now.