fbpx

ଛାତ୍ରଙ୍କ ଚୁଟି କାଟିବା ଘଟଣାରେ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ ?

ସୁନାବେଡା,୩ ।୨(ଓଡିଶା ଭାସ୍କର): ସୁନାବେଡା ସହର ସ୍ଥିତ ନେତାଜୀ ଇଂଲିସ ମିଡିୟମ ସ୍କୁଲରେ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତ ଛାତ୍ରଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ସ୍କୁଲରେ ବିଶୃଙ୍ଖଳା ପରେ ଛାତ୍ରଙ୍କ ଚୁଟି କାଟିବା ସହ ଅପମାନିତ କରାଯାଇଥିବା ଥାନାରେ ଏତଲା ଦିଆଯାଇଛି । ସ୍କୁଲରେ ଛାତ୍ରଙ୍କୁ ନିର୍ଯ୍ୟାତନା ଦିଆଯିବାରୁ ଲଜ୍ଜାରେ ଛାତ୍ର ଜଣକ ଘର ଛାଡି ପଳାଇଥିଲେ । ପରେ ସେ ଘରକୁ ଫେରିଛନ୍ତି । ସୁନାବେଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହି ମାମଲାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ‘ଥାନାରେ ଏତଲା ହୋଇଛି । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’

Get real time updates directly on you device, subscribe now.