fbpx

କରୋନା ଭାଇରସ, ମୃତ୍ୟୁ ସଂଖ୍ୟା ୪୨୫କୁ ବୃଦ୍ଧି

ବେଜିଙ୍ଗ, ୪ା୨: ଚୀନରେ କରୋନା ଭାଇରସର ଆତଙ୍କରେ ଲୋକମାନେ କୋକୂଆ ଭୟରେ ରହିଛନ୍ତି । ସେଠାରେ ସ୍ଥିତି ଦିନକୁ ଦିନ ଅଣଆୟତ ହେବାରେ ଲାଗିଛି । ଚୀନରେ କରୋନା ଭାଇରସରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଆଜିସୁଦ୍ଧା ୪୨୫ ଜଣ ଏହି ଭାଇରସରେ ମୃତ୍ୟୁବରଣ କଲେଣି । ଗୋଟିଏ ଦିନରେ ୬୪ଜଣଙ୍କର ମୃତ୍ୟୁ ହୋଇଛି । ୨୦ହଜାରରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।
ସେହିପରି ଭାରତର କେରଳରେ ମଧ୍ୟ ତିନିଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ମୁତାବିକ ସେମାନେ ଗତ କିଛି ଦିନ ତଳେ ଚୀନରୁ ଫେରିଥିଲେ । ଏହାସହ ଓଡ଼ିଶାର କଟକ ସ୍ଥିତ ଏସସିବିରେ ମେଡ଼ିକାଲରେ ସନ୍ଦିଗ୍ଧ କେତେ ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.