fbpx

ଆଜି ପୁଣିଥରେ ବରଗଡ଼ ବନ୍ଦ

ବରଗଡ଼, ୪ା୨(ଓଡ଼ିଶା ଭାସ୍କର): ବରଗଡ଼ରେ ସିଟି ହସ୍ପିଟାଲ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଜୋରଧରିଛି । ଆଜି ଲଗାତାର ଭାବେ ଦ୍ୱିତୀୟ ଦିନ ପାଇଁ ବରଗଡ଼ ବନ୍ଦ ପାଳନ ହୋଇଛି । ନାଗରିକ ଏକତା ମଞ୍ଚ ପକ୍ଷରୁ ଆଜି ମଧ୍ୟ ୨୪ଘଣ୍ଟିଆ ବରଗଡ଼ ବନ୍ଦ ଡ଼ାକରା ଦିଆଯାଇଛି । ଏନେଇ ସେଠାରେ ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ, ଗାଡ଼ି ଚଳାଚଳ ମଧ୍ୟ ଠପ ହୋଇଥିବା ଜଣାପଡ଼ିଛି । ସିଟି ହସ୍ପିଟାଲ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.