fbpx

ଏସସିବି ଚାରିକଡ଼ରୁ ଉଚ୍ଛେଦ ଆରମ୍ଭ

କଟକ, ୪ା୨(ଓଡ଼ିଶା ଭାସ୍କର): କଟକ ସ୍ଥିତ ଏସସିବି ମେଡ଼ିକାଲର ନବନିର୍ମାଣ ପାଇଁ ଉଚ୍ଛେଦ କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଛି । କଟକ ଯୋବ୍ରା ମାଛ ମାର୍କେଟରୁ ଉଚ୍ଛେଦ ଆରମ୍ଭ ହୋଇଛି । ଏନେଇ ଘଟଣାସ୍ଥଳରେ ୪ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି । ୯ଟି ଜେସିବି ଦ୍ୱାରା ଉଚ୍ଛେଦ କାର୍ଯ୍ୟ ଚାଲିଛି । ସେଠାରେ ଜିଲ୍ଲା ପ୍ରଶାସନ ଓ ସିଏମସି ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଉଚ୍ଛେଦ ଜାଗାରେ ଥିବା ବ୍ୟବସାୟୀଙ୍କୁ ଖଲାସୀ ଲେନରେ ଥଇଥାନ କରାଯିବ ବୋଲି ସୂଚନା ମିଳିଛି । ପରେ ତାଳଦଣ୍ଡା କେନାଲ କଡ଼ରୁ ଉଚ୍ଛେଦ ଆରମ୍ଭ ହେବ ।

Get real time updates directly on you device, subscribe now.