fbpx

‘ଲିଭ୍-ଇନ୍ ରିଲେସନସିପ୍ ହେଉଛି ନୈତିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ଅସ୍ୱୀକାର୍ଯ୍ୟ’

ଚଣ୍ଡୀଗଡ : ବର୍ତ୍ତମାନ ସମୟରେ ଅନେକ ପ୍ରେମୀଯୁଗଳ ଅଛନ୍ତି ଯେଉଁମାନେ ପ୍ରାୟତଃ ଲିଭ୍-ଇନ୍ ରିଲେସନସିପ୍ ରେ ରହୁଛନ୍ତି । କିଛି ଜଣ ସେମାନଙ୍କ ପରିବାରର ସମ୍ମତି କ୍ରମେ ରହୁଛନ୍ତି, ତ ଆଉ କିଛି ପରିବାର ବିରୁଦ୍ଧରେ ଯାଇ ରହୁଛନ୍ତି । ଏହାକୁ ନେଇ ଅନେକ ସମୟରେ ବାଦ ବିବାଦ ଲାଗି ରହୁଛି । ତେବେ ବାସ୍ତବରେ ଏହି ଲିଭ୍-ଇନ୍ ରିଲେସନସିପ୍ ହେଉଛି ନୈତିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ଅସ୍ୱୀକାର୍ଯ୍ୟ । ଆଜି ଏହିଭଳି କିଛି ମତ ରଖିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ।

ସୂଚନା ଯେ, ଗୋଟିଏ ପ୍ରେମୀ ଯୁଗଳଙ୍କ ପକ୍ଷରୁ ଦାୟର୍ ହୋଇଥିବା ମାମଲାର ଶୁଣାଣି ସମୟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏନେଇ ମତ ଦେଇଛନ୍ତି । ତେବେ ଗୁଲଜା କୁମାରୀ(୧୯ ବର୍ଷ) ଏବଂ ଗୁରବିନ୍ଦର୍ ସିଂ(୨୨ ବର୍ଷ) କରିଥିବା ମାମଲା ଅନୁସାରେ, ସେମାନେ ଏକାଠି ରହିବାକୁ ଚାହୁଁଛନ୍ତି ଏବଂ ଆଗକୁ ବିବାହ ମଧ୍ୟ କରିବାକୁ ଇଚ୍ଛୁକ ଅଛନ୍ତି । ଏଥିସହ ଝିଅର ପରିବାର ପକ୍ଷରୁ ସେମାନଙ୍କ ଉପରେ ବିପଦ ରହିଛି ।

ନ୍ୟାୟମୂର୍ତ୍ତି ଏନଏଚ୍ ମଦାନ ମେ ୧୧ ତାରିଖରେ ଜାରି ହୋଇଥିବା ଆଦେଶରେ କହିଥିଲେ ଯେ, ବାସ୍ତବରେ ଆବେଦନକାରୀ ମାନେ ଏହି ମାମଲା ଆଳରେ ଲିଭ୍-ଇନ୍ ରିଲେସନସିପ୍ ରେ ରହିବାକୁ ଚାହୁଁଛନ୍ତି । ଯାହା ନୈତିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ସ୍ୱୀକାର କରାଯାଇ ପାରିବ ନାହିଁ । ତେଣୁ ଏହି ମାମଲାକୁ ଖାରଜ କରାଯାଉଛି । ତେବେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ, ଝିଅଙ୍କ ବାପା-ମା ସେମାନଙ୍କ ସମ୍ପର୍କକୁ ଗ୍ରହଣ କରୁନାହାନ୍ତି । ତେଣୁ ସେମାନେ ତରନତାରନ୍ ଜିଲ୍ଲାରେ ଏବେ ଏକାଠି ରହୁଛନ୍ତି । ଆଉ ତାଙ୍କ ବାପା-ମା’ ଲୁଧିଆନାରେ ରହୁଛନ୍ତି ।

Get real time updates directly on you device, subscribe now.