fbpx

ଆଷ୍ଟ୍ରାଜେନିକା ଡୋଜ୍ ନେବାପରେ ଫାଇଜର କେତେ ପ୍ରଭାବଶାଳୀ

ନୂଆଦିଲ୍ଲୀ : କୋଭିଡ୍ ଭୁତାଣୁ ବର୍ତ୍ତମାନ ସାରା ବିଶ୍ୱ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥିବା ବେଳେ ଏବେ ତାର ମୁକାବିଲା ପାଇଁ ଭ୍ୟାକସିନ୍ ପ୍ରସ୍ତୁତ ହୋଇଯାଇଛି । ପ୍ରାୟତଃ ସମଗ୍ର ଦେଶରେ ଭ୍ୟାକସିନ୍କୁ ତ୍ୱରାନ୍ୱିତ କରାଯାଇଛି । ତେବେ ନିକଟରେ ସ୍ପେନ୍ ରେ ହୋଇଥିବା ଏକ ରିସର୍ଚ୍ଚରୁ ସାମନାକୁ ଆସିଛି ଯେ, ଆଷ୍ଟ୍ରାଜେନିକା ଭ୍ୟାକସିନ୍ ର ପ୍ରଥମ ଡୋଜ୍ ନେବା ପରେ ଫାଇଜର୍ ଭ୍ୟାକସିନ୍ ନେବା ଦ୍ୱାରା ଏହା ଶରୀର ଉପରେ କୋଭିଡ୍ ବିରୋଧରେ ଅଧିକ ପ୍ରଭାବଶାଳୀ ରୂପେ କାମ କରେ । ଏନେଇ ସ୍ପେନ୍ ର ବୈଜ୍ଞାନିକ ମାନେ ମଙ୍ଗଳବାର ମତ ପ୍ରକାଶ କରିଛନ୍ତି । ଏହି ରିସର୍ଚ୍ଚ କାର୍ଲୋ ହେଲଥ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପରିଚାଳିତ ତଥାକଥିତ କମ୍ବିଭାକସ୍ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ।

ଏହି ଅଧ୍ୟୟନରୁ କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ମାନେ ଆଷ୍ଟ୍ରାଜେନିକା ଭ୍ୟାକସିନ୍ ନେବା ପରେ ଫାଇଜର୍ ଭ୍ୟାକସିନ୍ ନେଇଛନ୍ତି ସେମାନଙ୍କ ଠାରେ ୩୦ରୁ ୪୦ ଗୁଣ ଅଧିକ ରୋଗ ପ୍ରତିରୋଧକ ପ୍ରତିକ୍ରିୟା ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଗବେଷଣାରେ ୬୦୦ ଜଣ ଭାଗ ନେଇଥିବା ବେଳେ କିଛି ଜଣଙ୍କ ଠାରେ ଏହାର ଜଟିଳ ପାଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବତ୍ତର୍ମାନ ସୁଦ୍ଧା ଏହା ଉପରେ ଗବେଷଣା ଜାରି ରହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

Get real time updates directly on you device, subscribe now.