fbpx

କୋଭିଡ-୧୯ ରୋଗୀଙ୍କ ପାଇଁ ଅଣ୍ଟା ଭିଡିଲା କଟକ ଜିଲ୍ଲା କଂଗ୍ରେସ

ଆରମ୍ଭକଲା ନିଶୁଳ୍କ ଆମ୍ବୁଲାନ୍ସ ସେବା

କଟକ:  କୋଭିଡ  ମହାମାରୀ ବିରୁଦ୍ଧରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଉ ଏକ ଗୁରୁତ୍ବପୂର୍ଣ ଯୋଗଦାନର ଶୁଭାରମ୍ଭ କରାଯାଇଛି I ଦିନକୁ ଦିନ କୋଭିଡ ମହାମାରୀ ଦ୍ଵାରା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି I ଏଣୁ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀଙ୍କ ଉଦ୍ୟମରେ କୋଭିଡସଂକ୍ରମିତ ରୋଗୀଙ୍କ ସେବାପାଇଁ ଆଜିଠାରୁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି I ଏହି ଆମ୍ବୁଲାନ୍ସ ସେବା କୋଭିଡ ସଂକ୍ରମିତ ରୋଗୀଙ୍କପାଇଁ ଦିନରାତି ଚବିଶ ଘଣ୍ଟା ସମ୍ପୂର୍ଣ ମାଗଣାରେ ଉପଲବ୍ଧ ହେବ ଏବଂ ଏଥିପାଇଁ ଦୁଇଟି ଟୋଲ-ଫ୍ରି ନମ୍ବର କରାଯାଇଛି I ଏହି ଟୋଲ-ଫ୍ରି ନମ୍ବରକୁ ଫୋନ କଲେ ଆମ୍ବୁଲାନ୍ସ ସେବା ମିଳିପାରିବ I ଏହା ବ୍ୟତୀତ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ କରୋନା ସଂକ୍ରମିତ ରୋଗୀମାନଙ୍କୁ ଭିଟାମିନ ଔଷଧ ଓ ରନ୍ଧାଖାଦ୍ୟ ଯୋଗାଣ ଚାଲୁରହିଛି I

କଟକଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟଳୟ ପରିସରରେ ଆଜିର ଏହି ଆମ୍ବୁଲାନ୍ସ ସେବା ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସର ନେତା ସତ୍ୟପ୍ରକାଶ ନାୟକ, ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜ, ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ଆଡଭୋକେଟ ଡ ବିପ୍ଲବ ଶିଳାଦିତ୍ୟ, କଟକ ଜିଲା ଛାତ୍ର କଂଗ୍ରେସ ସଭାପତି ଦୀପକ କୁମାର ମହାନ୍ତି , ସଚ୍ଚିଦାନନ୍ଦ ରାଉତ,ବୀରେନ ପଶାୟତ , ରାଜଶେଖର ସ୍ୱାଇଁ, ଶିବାଶିଷ ସାମଲ , ସତିଶ ଶେଖର, ଅରିଜିତ ରାଉତରାୟ,ନରେଶ ବେହେରା,ସେକ ଅନିଶ୍ କୁରେଶୀ, ନିରଞ୍ଜନ ସାହୁ, ସତ୍ୟଜିତ ସେଠୀ, ସମୀର ସାହୁଙ୍କ ସହିତ କଟକ କଂଗ୍ରେସର ବହୁ ଯୁବ ଓ ଛାତ୍ରନେତା ଯୋଗଦେଇଥିଲେ I

Get real time updates directly on you device, subscribe now.