fbpx

ଦୁର୍ଦ୍ଦାନ୍ତ କାଣ୍ଡେ ମାଝୀ ହତ୍ୟା ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ୩ ଶାଳକଙ୍କୁ ଗିରଫ କଲା ପୋଲିସ

ଯୋଡା (ଆପ୍ର): ଦୁର୍ଦାନ୍ତ ଅପରାଧି କାଳିଚରଣ ମାଝୀ ଓରଫ କାଣ୍ଡେ ହତ୍ୟା କାଣ୍ଡ ଘଟଣାରେ ପର୍ଦ୍ଦାଫାସ କରିଛି ପୋଲିସ। ଅଭିଯୁକ୍ତ ତାର ୩ ଜଣ ଶାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଯୋଡା ଆଜାଦବସ୍ତିର ଦିଗାମ୍ବର ମାଝୀ, ରାମ ମାଝୀ ଓ ମନୋହର ମାଝୀ। ତେବେ କାଣ୍ଡେର ସ୍ତ୍ରୀ ସୁକୁମାରୀ ମାଝୀକୁ ପଚରା ଉଚରା ପରେ ପୁଲିସ ଛାଡିଦେଇଥିବା ଜଣାପଡିଛି ।

 

ଘଟଣାରୁ ଜଣାପଡିଛି ଯେ, କାଳିଚରଣ ୨୦୦୨ ମସିହାରେ ସୁକୁମାରୀ ମାଝୀଙ୍କୁ ବିବାହ କରିଥିଲେ । କାଳିଚରଣର କାଳିଆବେଡା ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କ ସହିତ ସମ୍ପର୍କ ଥିବାରୁ ସୁକୁମାରୀ ମାଝୀଙ୍କୁ ସେ ୨୦୧୪ ପର ଠାରୁ ଛାଡିଦେଇଥିଲେ । ଫଳରେ ସୁକୁମାରୀ ସେଠାରୁ ୨ଶହ ମିଟର ଦୂରରେ ଥିବା ତାଙ୍କ ବାପ ଘରେ ରହିଆସୁଥିଲେ । ସୁକୁମାରୀଙ୍କର ୧୭ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛି।ସୁକୁମାରୀଙ୍କ ଘର କାଳିଚରଣଙ୍କ ଘର ଠାରୁ ଅଳ୍ପ ଦୂରରେ ଅବସ୍ଥିତ ଥିବା ବେଳେ ସେ ମଝିରେ ମଝିରେ କାଳିଚରଣ ତାଙ୍କ ଘରକୁ ଯାଇ ସୁକୁମାରୀଙ୍କ ସହିତ ଝଗଡା ଝାଟି ଏବଂ ମାରଧର ମଧ୍ୟ କରୁଥିଲା ।

Get real time updates directly on you device, subscribe now.