fbpx

ଜେଲରୁ ବାହାରିଲେ ଆଇଏଏସ୍ ବିଜୟ କେତନ

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ଆଜି ଜେଲରୁ ବାହାରିଛନ୍ତି ଆଇଏଏସ ବିଜୟ କେତନ ଉପାଧ୍ୟାୟ । ଗତକାଲି ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ତେବେ ବିଜୟ କେତନ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ । ଡିସେମ୍ବର ୩୦ରେ ବିଜୟ କେତନ ଧରାପଡିଥିଲେ ।

ଜେଲରୁ ବାହାରିବା ପରେ ବିଜୟ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ନ୍ୟାୟାଳୟରେ ମାମଲା ବଚାରଧୀନ ରହିଛି । ଅଦାଲତ ଯାହା ନିଷ୍ପତ୍ତି ନେବେ ତାହାକୁ ମୁଁ ଗ୍ରହଣ କରିବି ।’

ଉଲ୍ଲେଖଯୋଗ୍ୟ ଆଇଏଏସ ବିଜୟ କେତନ ଉପାଧ୍ୟାୟ ୧ଲକ୍ଷ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ । ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ହୋଇଥିଲେ । ଏହାପୂର୍ବରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ପ୍ରସଙ୍ଗରେ ତଥ୍ୟ ଦେଇଥିଲା ଭିଜିଲାନ୍ସ । ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଥିଲା ସାଙ୍ଘାତିକ ତଥ୍ୟ । ୨୦୧୨ରୁ ୨୦୧୯ ଭିତରେ ୩ଟି ଖାତାରେ ୭୦ଲକ୍ଷ ଟଙ୍କା ଜମା ହୋଇଥିଲା । ଉଭୟ କାଉଣ୍ଟର ଓ କ୍ୟାସ ଜମା ମେସିନ ଜରିଆରେ ଟଙ୍କା ଜମା ହୋଇଥିଲା । ଏହାସହ ସେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଥିବା ବେଳେ ଜମା ହୋଇଥିଲା ୨୨ଲକ୍ଷ । ଗୋଟିଏ ଦିନରେ ଏକାଧିକବାର ଆକାଉଣ୍ଟରେ ଟଙ୍କା ଜମା ହୋଇଥିଲା ।

Get real time updates directly on you device, subscribe now.