fbpx

ନୁଶରତ ଭରୁଚା ବିକିବେ କଣ୍ଡୋମ୍!

ମୁମ୍ବାଇ : “ପ୍ୟାର୍ କା ପଞ୍ଚନାମା” ଫେମ୍ ବଲିଉଡ୍ ଅଭିନେତ୍ରୀ ନୁଶରତ ଭରୁଚା ପୁଣିଥରେ ଏକ ନୂଆ ଅନ୍ଦାଜ୍ ରେ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଅଭିନେତ୍ରୀ ପ୍ରଥମ ଥର ପାଇଁ ଗୋଟିଏ କମେଡି ଫିଲ୍ମରେ ହଟନେସ୍ ର ତଡକା ଲଗାଉଥିବା ନଜର ଆସିବେ । ତେବେ ପୂରା କଥା ହେଉଛି ନୁଶରତ ଖୁବ୍ ଶୀଘ୍ର ତାଙ୍କର ଏକ ନୂଆ ଫିଲ୍ମରେ ଭିନ୍ନ ଏକ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ସେ ଫିଲ୍ମ ‘ଜନହିତ ମେ ଜାରୀ’ର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଖାସ୍ କଥା ହେଉଛି ଏହି ଫିଲ୍ମରେ ନୁଶରତ ଗୋଟିଏ ମେଡିକାଲ୍ ଷ୍ଟୋରରେ କଣ୍ଡୋମ୍ ବିକ୍ରି କରୁଥିବା ନଜର ଆସିବେ ।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ନୁଶରତ କମେଡି ଫିଲ୍ମ ‘ଜନହିତ ମେ ଜାରୀ’ ବିଷୟରେ କହିଛନ୍ତି ଯେ, ସେ ଫିଲ୍ମରେ ଜଣେ କଣ୍ଡୋମ୍ ସେଲ୍ସ ଏଗ୍ଜିକ୍ୟୁଟିଭ୍ ଭୂମିକାରେ ନଜର ଆସିବେ । ଏଥିରେ ସେ ଏକ ଛୋଟ ସହରର ଝିଅ ରୂପରେ ମନୋରଞ୍ଜନ କରିବେ ଯିଏକି ଶିକ୍ଷିତ ଏବଂ ପ୍ରୋଗ୍ରେସିଭ୍ ଝିଅ । ସେ ବଡ ସହରକୁ ଚାକିରୀ ଖୋଜିବାକୁ ଆସିଛି । ତାପରେ ତାକୁ ଏକ କଣ୍ଡୋମ୍ ତିିଆରି କରାଯାଉଥିବା କମ୍ପାନୀରେ ସେଲ୍ସ ଆଣ୍ଡ ପ୍ରୋମୋଶନ୍ ଏଗ୍ଜିକ୍ୟୁଟିଭ୍ ର ଚାକିରୀ ମିଳିଯାଉଛି ।

‘ଜନହିତ ମେ ଜାରୀ’ ଫିଲ୍ମର ମୁଖ୍ୟ କାହାଣୀ ନୁଶରତ କିପରି ଗୋଟିଏ ଛୋଟ ସହରରୁ ଆସି ମେଡିକାଲ୍ ଷ୍ଟୋରରେ କଣ୍ଡୋମ ବିକ୍ରି କରିବା, ସହରର ଅନ୍ୟ ସ୍ଥାନ ମାନଙ୍କରେ ଯାଇ ବିକ୍ରି କରିବା ଏବଂ ସେତେବେଳେ ତାଙ୍କୁ କେଉଁ କେଉଁ ଅସୁବିଧା ଦେଇ ଗତି କରିବାକୁ ପଡୁଛି ଏହିସବୁ ଉପରେ ଆଧାରିତ ହୋଇଛି । ବର୍ତ୍ତମାନ ଚର୍ଚ୍ଚାରେ ରହିଛି ।

Get real time updates directly on you device, subscribe now.