fbpx

OPSCର ନୂଆ ପୋର୍ଟାଲ ଉଦଘାଟିତ

ଭୁବନେଶ୍ୱର, ୫ା୨(ଓଡ଼ିଶା ଭାସ୍କର): OPSCର ୱେବପୋର୍ଟାଲରେ CSMS (ବିସ୍ତୃତ ଚୟନ ପରିଚାଳନା ବ୍ୟବସ୍ଥା)  ଉଦଘାଟିତ ହୋଇଛି ।  ଏଣିକି ପରୀକ୍ଷାର୍ଥୀଙ୍କୁ ମିଳିବ ସ୍ଥାୟୀ ଆକାଉଣ୍ଟ ନମ୍ବର PPSAN । PPSANରେ ପରିକ୍ଷାର୍ଥୀ ବ୍ୟକ୍ତିଗତ ତଥ୍ୟ ଓ ନିଯୁକ୍ତି ସୂଚନା ପାଇବେ । www.opsc.gov.inଏହି ୱେବସାଇଟରେ CSMS ଓ PPSAN ସୁବିଧା ରହିଛି । CSMS ବ୍ୟବସ୍ଥାରେ କରୀକ୍ଷାର୍ଥୀ ସବୁ କାମ ଅନଲାଇନ କରିପାରିବେ । ଏହି ବ୍ୟବସ୍ଥା ଦେଶରେ ପ୍ରଥମ ହୋଇଥିବା ଦାବି କରିଛନ୍ତି OPSC ଅଧ୍ୟକ୍ଷ । ଖୁବଶୀଘ୍ର ମୋବାଇଲ ଆପ ଆଣିବାକୁ ଅଧ୍ୟକ୍ଷ ଏଲ.ସି. ପଟ୍ଟନାୟକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.