fbpx

ନିଜ ସ୍ୱାମୀଙ୍କ ମୁଣ୍ଡରେ ପାଣି ଢାଳିଲେ ଅନୀତା…….

ମୁମ୍ବାଇ: ଟେଲି ଅଭିନେତ୍ରୀ ଅନୀତା ହସନ୍ଦାନୀ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ଲଗାତର ଭାବରେ ସେ ତାଙ୍କର କ୍ୟୁଟ୍ ପୁଅ ଏବଂ ପରିବାର ସହିତ ମିଶି କ୍ଲିକ୍ କରିଥିବା ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରନ୍ତି । ନିକଟରେ ସେ ସ୍ୱାମୀ ରୋହିତ୍ ରେଡ୍ଡୀ ସହ ଭିଡିଓ ଅପଲୋଡ୍ କରିଛନ୍ତି । ଯେଉଁଥିରେ ସେ ଖୁବ୍ ମସ୍ତି ମୁଡ୍ ରେ ଥିବା ଦେଖିବାକୁ ମିଳୁଛନ୍ତି ଆଉ ସ୍ୱାମୀଙ୍କ ଉପରେ ଗୋଟିଏ ଗୋଟିଏ ଟାସ୍କ କରୁଥିବା ଦେଖିବାକୁ ମିଳିଛି । ତେବେ କିଛି ଦିନ ତଳେ ସେ ନିଜ ସ୍ୱାମୀଙ୍କ ଗାଲକୁ ଚାପୁଡା ମାରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅପଲୋଡ୍ କରିଥିବା ଭିଡିଓରେ ସେ ତାଙ୍କ ସ୍ୱାମୀଙ୍କ ମୁଣ୍ଡ ଉପରେ ପାଣି ଢ଼ାଳୁଥିବା ଦେଖିବାକୁ ମିଳିଛି ।
ଅନୀତା ହସନ୍ଦାନୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୋଟିଏ ଭିଡିଓ ଅପଲୋଡ୍ କରିଛନ୍ତି । ସେଥିରେ ଦେଖିବାକୁ ମିଳିଛି । ଅନୀତା ଓ ସ୍ୱାମୀ ରୋହିତ୍ ଏକାଠି ବସିଛନ୍ତି ।

 

View this post on Instagram

 

A post shared by Anita H Reddy (@anitahassanandani)

ଆଉ ସେ କହୁଛନ୍ତି ଯେ, ପୂର୍ବଥର ମ୍ୟାଜିକ୍ ଟ୍ରିକ୍ ବହୁତ ଖରାପ ଥିଲା ହେଲେ ଏବେ ମୁଁ ପ୍ରାକ୍ଟିସ୍ କରିଛି । ଏହାପରେ ସେ ଗୋଟିଏ ମଗ୍ ରେ ପାଣି ଆଣି ରୋହିତ୍ ଙ୍କ ମୁଣ୍ଡରେ ଢ଼ାଳି ଦେଉଛନ୍ତି । ଆଉ ରୋହିତ ଓଦା ହୋଇଯିବା ପରେ ସେଠାରୁ ଉଠି ଚାଲିଯାଉଛନ୍ତି । ତେବେ ଅନୀତା ଏହି ଭିଡିର କ୍ୟାପସନ୍ ରେ ଲେଖିଛନ୍ତି ଯେ, ମୁଁ ବହୁତ୍ ଭଲ ଜାଦୁଗର ହେବାରେ ଲାଗିଛି । ଦୁହିଁଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଅନୀତାଙ୍କ ଫ୍ୟାନ୍ସ ମାନେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.