fbpx

ବାତ୍ୟା ପରେ ଜେନେରେଟର୍ ଲଗାନ୍ତୁ ନାହିଁ: ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରେ ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟାଳ ୟଶ୍ । ତେବେ ବାତ୍ୟାର ଗଭୀରତା କୁବ୍ ଅଧିକ ଥିବାରୁ ଏହା ଅନେକ କ୍ଷୟକ୍ଷତି ପହଞ୍ଚାଇପାରେ ବୋଲି କୁହାଯାଉଛି । ତେଣୁ ବାତ୍ୟା ପରର ପରିସ୍ଥିତିକୁ ନେଇ ଆଜି ଏସଆରସି ପ୍ରେସମିଟ୍ ମାଧ୍ୟମରେ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ କାଟ ହୋଇପାରେ ତେଣୁ ଭୁବନେଶ୍ୱର, କଟକ ବ୍ୟତୀତ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକେ ଜେନେରେଟର୍ ର ବ୍ୟବହାର କରିବେ । ତେବେ ଜେନେରେଟର୍ ନ ଲଗାଇବାକୁ ସେ ଅନୁରୋଧ କରିଛନ୍ତି । କାରଣ ଜେେନେରେଟର୍ ଲଗାଇବା ଦ୍ୱାରା ଉପୁଡିଥିବା ଗଛ ଏବଂ ବିଦ୍ୟୁତ୍ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ । ତେଣୁ ଜେନେରେଟର୍ ବ୍ୟବହାର ନ କରି ସରକାରୀ ପାଇପ୍ ରେ ଆସୁଥିବା ପାଣିକୁ ଗଚ୍ଛିତ କରି ରଖନ୍ତୁ ଏବଂ ବ୍ୟବହାର କରନ୍ତୁ ବୋଲି ସେ ଲୋକଙ୍କୁ ଅପିଲ୍ କରିଛନ୍ତି ।

Get real time updates directly on you device, subscribe now.