ନୂଆଦିଲ୍ଲୀ, ୫ା୨: ରାମ ମନ୍ଦିର ନେଇ ଗଠନ ହୋଇଛି ଟ୍ରଷ୍ଟ ବୋର୍ଡ଼ । ନବଗଠିତ ରାମ ମନ୍ଦିର ଟ୍ରଷ୍ଟରେ ରହିବେ ୧୫ଜଣ ଟ୍ରଷ୍ଟି । ଦଳିତ ସଂପ୍ରଦାୟର ଜଣେ ବ୍ୟକ୍ତି ଟ୍ରଷ୍ଟର ସଦସ୍ୟ ରହିବେ । ଟ୍ରଷ୍ଟ ଗଠନ ପ୍ରକ୍ରିୟା ନେଇ ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ କରିଛନ୍ତି ।
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ ନେଇ ଆଜି ଘୋଷଣା ହୋଇଥିଲା । ଲୋକସଭାରେ ଟ୍ରଷ୍ଟ ଗଠନ ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରଷ୍ଟ ବୋର୍ଡ଼ ଗଠନକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଥିଲା । ଟ୍ରଷ୍ଟର ନାମ ରହିଛି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ରଷ୍ଟ ଗଠନ ହେବ । ଏହି ଟ୍ରଷ୍ଟ ଭବ୍ୟ ମନ୍ଦିର ନିର୍ମାଣ ନେଇ ନିଷ୍ପତ୍ତି ନେବ । ଏହାସହ ୬୩.୦୩ ଏକର ଜମି ଟ୍ରଷ୍ଟକୁ ଟ୍ରାନ୍ସଫର କରାଯିବ । ସୁନି ୱାକଫ ବୋର୍ଡ଼କୁ ୫ଏକର ଜମି ଦିଆଯିବ ।
श्री राम जन्मभूमि तीर्थ क्षेत्र ट्रस्ट में 15 ट्रस्टी होंगे जिसमें से एक ट्रस्टी हमेशा दलित समाज से रहेगा। सामाजिक सौहार्द को मजबूत करने वाले ऐसे अभूतपूर्व निर्णय के लिए मैं प्रधानमंत्री श्री @narendramodi जी को अनेक अनेक बधाई देता हूँ।
— Amit Shah (@AmitShah) February 5, 2020