fbpx

ଓପିଟିସିଏଲ୍‌ର ବଡ଼ ଘୋଷଣା, ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ବିଦ୍ୟୁତ୍ କର୍ମଚାରୀ ଆହତ କିମ୍ବା ମୃତ୍ୟୁ ହେଲେ ମିଳିବ ସହାୟତା ରାଶି

ଭୁବନେଶ୍ବର (ଓଡ଼ିଶା ଭାସ୍କର): ଆସୁଥିବା ବାତ୍ୟା ୟଶ୍‌କୁ ଦୃଷ୍ଟିରେ ରଖି ଓପିଟିସିଏଲ୍ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି । ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ନିୟୋଜିତ ବିଦ୍ୟୁତ କର୍ମଚାରୀଙ୍କ ଯଦି କୌଣସି କାରଣରୁ  କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ବିଦ୍ୟୁତ କର୍ମଚାରୀଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବାକୁ ଘୋଷଣା କରାଯାଇଛି । ସେହିପରି ଯଦି ବାତ୍ୟା ମୁକାବିଲା ସମୟରେ କୌଣସି କର୍ମଚାରୀ ଆହତ ହୁଅନ୍ତି। ତେବେ ଚିକିତ୍ସାର ସମ୍ପୂର୍ଣ୍ଣ ଖର୍ଚ୍ଚ ଓପିଟିସିଏଲ ବହନ କରିବ। ଏଥିସହ ସରକାରୀ ନିୟମ ଅନୁସାରେ ଅନ୍ୟ ଯୋଜନାରେ ମଧ୍ୟ ଲାଭବାନ ହେବେ ବୋଲି ଓପିଟିସିଏଲ୍‌ ଘୋଷଣା କରିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଜାରି କରାଯାଇଛି।

 

ସୂଚନା ମୁତାବିକ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହେବା ପରେ ଏହା ଓଡିଶା ଆଡକୁ ମାଡିଆସୁଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ ‘ୟଶ’ । ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ । ଏବେ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ ୟଶ ୭ କିମି ବେଗରେ ଆଗଉଛି । ମେ’ ୨୬ ସକାଳେ ଓଡିଶା-ପଶ୍ଚିମବଙ୍ଗ ଉପକୂଳର ନିକଟତର ହେବ ବାତ୍ୟା । ମେ ୨୬ ମଧ୍ୟାହ୍ନ ସୁଦ୍ଧା ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ୟଶ । ବାଲେଶ୍ୱର ପାଖାପାଖି ସ୍ଥଳଭାଗ ଛୁଇଁପାରେ ଭୟଙ୍କର ଘୂର୍ଣ୍ଣିଝଡ ୟଶ ।

ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ୧୫୫ରୁ ୧୬୫ କିମି ରହିବ । ବେଳେବେଳେ ଝଟକା ପବନର ବେଗ ୧୮୫ କିମି ରହିବ । ବାତ୍ୟା ପ୍ରଭାବରେ ଆଜି ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ପାରାଦୀପଠାରୁ ୪୯୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା ‘ୟଶ’ । ସେହିପରି ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବର ୮୯୦ କିମି ଦୂରରେ ରହିଥିବା ବେଳେ ଦୀଘାଠାରୁ ୫୮୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି ୟଶ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.