fbpx

ଦେଶରେ କେବେ ଆସିବ ହର୍ଡ ଇମ୍ୟୁନିଟି ?

ନୂଆଦିଲ୍ଲୀ: ଦେଶ ଏବେବି କରୋନାର ଦ୍ୱିତୀୟ ଲହର ସହିତ ସଂଘର୍ଷ କରୁଛି  । ଏହି ଯୁଦ୍ଧରେ ଟିକା ହେଉଛି ସବୁଠାରୁ ବଡ ଅସ୍ତ୍ର, କିନ୍ତୁ ଆଜି ଦେଶରେ ସେହି ଅସ୍ତ୍ରର ଅଭାବ ରହିଛି। ଏଭଳି ପରିସ୍ଥିତିରେ ଭାରତରେ ହର୍ଡ ଇମ୍ୟୁନିଟିକୁ ନେଇ ଏକ ବଡ଼ ପ୍ରଶ୍ନ ହୋଇ ରହିଛି। ସେପଟେ ପିଲାଙ୍କ ପାଇଁ କେବେଠାରୁ ଟୀକାକରଣ କରାଯିବ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ବିଶେଷଜ୍ଞମାନେ କହିଛନ୍ତି ହର୍ଡ ଇମ୍ୟୁନିଟି ବା ସମୂହ ରୋଗ ପ୍ରତିରୋଧକ ଶକ୍ତି ସ୍ୱାଭାବିକ ଭାବରେ କିମ୍ବା ଟୀକାକରଣ ଦ୍ୱାରା ବିକଶିତ ହୁଏ  । ମାତ୍ର ଭାରତ କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଟିକା ଅଭାବର ସମ୍ମୁଖୀନ  ହୋଇଛି । ଦେଶରେ ଅଧିକରୁ ଅଧିକ ଲୋକ କୋଭିଡ ସଂକ୍ରମିତ ହୋଇସାରିଲେଣି ତେଣୁ ଦେଶରେ ହର୍ଡ ଇମ୍ୟୁନିଟି କେବେ ଆସିବ ତା’କୁ ନେଇ ଉଠିଛି ପ୍ରଶ୍ନ  ।

ଅନ୍ୟପକ୍ଷରେ, ତୃତୀୟ ଲହରରେ ପିଲାମାନେ ସଂକ୍ରମଣ ହେବାର ଆଶଙ୍କା ରହିଛି ।  ଏଭଳି କ୍ଷେତ୍ରରେ ଟୀକାକରଣ ହିଁ ଏକମାତ୍ର ଅସ୍ତ୍ର। ସରକାର କେବଳ ୧୮ରୁ ଅଧିକ ବର୍ଗଙ୍କୁ ଟୀକା ଦେବାପାଇଁ ଅନୁମତି ଦେଇଛନ୍ତି । ସେପଟେ ୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଉପରେ କୋଭାକ୍ସିନର ୨-୩ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇ ଭାରତ ବାୟୋଟେକକୁ ଅନୁମତି ଦେଇଛି । ବର୍ତ୍ତମାନ, ପିଲାମାନଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ଦେଖାଯାଉଛି । ଏଭଳି ସ୍ଥିତିରେ  ପିଲାଙ୍କ ପାଇଁ ଟୀକା ହିଁ ଏକମାତ୍ର ଅସ୍ତ୍ରବୋଲି କହିଛନ୍ତି ପିତାମାତାମାନେ । ତେବେ ପିଲାଙ୍କଠାରେ ଏହି ଟୀକାକରଣ କେବେଠାରୁ ଆରମ୍ଭ ହେବ ତାହାକୁ ନେଇ ଉଠିଛି ପ୍ରଶ୍ନ ।

Get real time updates directly on you device, subscribe now.