fbpx

ଅନ୍ତିମ ସଂସ୍କାରର ୧୦ ଦିନ ପରେ ଜୀବନ୍ତ ଫେରିଲେ ସ୍ୱାମୀ, କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ

ରାଜସ୍ଥାନ: ସରିଥିଲା ଅନ୍ତିମ ସଂସ୍କାର, ଶୋକରେ ଥିଲେ ପରିବାର । କିନ୍ତୁ ଅନ୍ତିମ ସଂସ୍କାର ୧୦ ଦିନ ପରେ ଘରକୁ ଫେରିଥିଲେ ସ୍ୱାମୀ, ଯାହାଙ୍କୁ ଦେଖି ସମସ୍ତେ ଚକିତ ହୋଇପଡିଥିଲେ । ଏଭଳି ଘଟଣା ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ଏକ ପରିବାରରେ ଘଟିଯାଇଛି । ପରିବାର ଲୋକେ ମୃତଦେହକୁ ନିଜ ପରିବାର ସଦସ୍ୟ ବୋଲି ଚିହ୍ନଟ କରି ଶବଦାହ କରିଥିଲେ । କିନ୍ତୁ ଗୋଟିଏ ସପ୍ତାହ ପରେ ଉକ୍ତ ବ୍ୟକ୍ତି ନିରାପଦରେ ଘରକୁ ଫେରିଆସିଥିଲେ, ଯାହାଙ୍କୁ ପରିବାର ଲୋକେ ମୃତ ଭାବିଥିଲେ । ମେଡିକାଲ ତରଫରୁ କୁହାଯାଇଛି ଯେ, ନର୍ସ ଓ ମୋର୍ଚରୀ କର୍ମଚାରୀଙ୍କ ମଧ୍ୟରେ ଭୁଲ ତାରତମ୍ୟ ରହିବାକୁ ଏପରି ଭୁଲ ହୋଇଛି ।

ପୋଲିସର କହିଛି ଏହି ଘଟଣା ରାଜସମନ୍ଦ ଜିଲ୍ଲାର କାଙ୍କରୋଲୀରୁ ଆସିଛି । ପୋଲିସର ସୂଚନାଅନୁସାରେ, ମଦ୍ୟପାନ କରୁଥିବା ୪୦ ବର୍ଷୀୟ ଓମଙ୍କାର ଲାଲ ପରିବାରକୁ ନଜଣାଇ ମେ ୧୧ରେ ଉଦୟପୁର ଯାଇଥିଲେ । ସେଠାରେ ଲିଭର ଜନିତ ସମସ୍ୟା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ କହିଛନ୍ତି ଯେ, ସେହି ଦିନ ମୋହି ଅଞ୍ଚଳର ଗୋବର୍ଦ୍ଧନ ପ୍ରଜାପତଙ୍କୁ ବି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ମେଡିକାଲାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ପ୍ରଜାପତିଙ୍କ ମୃତ୍ୟୁ ହେବାରୁ ତାଙ୍କୁ ମୁର୍ଦ୍ଦାଘରେ ରଖାଯାଇଥିଲା । କିନ୍ତୁ ମୁର୍ଦ୍ଦାଘରେ ୩ ଦିନ ଶବ ପଡିଲେ ବି କେହି ନେବାପାଇଁ ଆସିନଥିଲେ । ଏନେଇ ମୃତକଙ୍କୁ ଚିହ୍ନିବା ପାଇଁ ଫଟୋ ଜାରି କରାଯାଇଥିଲା ।

ମେ ୧୫ରେ ପ୍ରାୟ ୧୧ ଜଣ ଲୋକ ଆସି ମୃତଦେହକୁ ଓମଙ୍କାର ଲାଲଙ୍କ ବୋଲି କହିଥିଲେ । ପରିବାର ଲୋକେ ଶବର ହାତରେ ଚିହ୍ନ ଓ ଗଠନ ଦେଖି ତାଙ୍କୁ ଓମଙ୍କାର ବୋଲି ଭାବିଥିଲେ । ବିନା ପୋଷ୍ଟମର୍ଟମ ଓ ଡିଏନଏ ଟେଷ୍ଟରେ ଶବକୁ ହସ୍ତାନ୍ତର କରାଯାଇଥିଲା । ଯଦି ମୃତଦେହ ଚିହ୍ନଟ ହୋଇନଥାନ୍ତି, ତେବେ ପୋଷ୍ଟମର୍ଟମ ଓ ଡିଏନଏ ଟେଷ୍ଟ ହୋଇଥାନ୍ତା । କିନ୍ତୁ ମୃତଦେହ ଚିହ୍ନଟ ପରେ ବିନା ପୋଷ୍ଟମର୍ଟମରେ ହସ୍ତାନ୍ତର କରିବାକୁ ଅନୁରୋଧ କାରିବାକୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ପରିବାର ଲୋକେ ୧୫ ମେ’ରେ ଅନ୍ତିମ ସଂସ୍କାର କରିଥିବା ବେଳେ ୨୩ ମେ’ରେ ଓମଙ୍କାର ଲାଲ ଘରକୁ ଫେରିଥିଲେ । ଓମଙ୍କାରଙ୍କୁ ଦେଖି ପରିବାର ଲୋକଙ୍କ ସମେତ ଗାଁଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ ।

Get real time updates directly on you device, subscribe now.