fbpx

ସରକାରୀ କିରାଣୀଙ୍କ ଘରେ ରେଡ୍ : ମିଳିଲା ନଗଦ ୨.୧୭ କୋଟି ଟଙ୍କା ସାଙ୍ଗକୁ ୮ କିଲୋଗ୍ରାମ ସୁନା

ଭୋପାଲ: ମଧ୍ୟପ୍ରଦେଶର ଭୋପାଲରେ ରହୁଥିବା ଜଣେ ସରକାରୀ କିରାଣୀଙ୍କ ଘରୁ ୨.୧୭ କୋଟି ଟଙ୍କା ଜବତ ହୋଇଛି । କୋଟିପତି କିରାଣୀଙ୍କୁ ଧରିଛି ସିବିଆଇ । କିରାଣୀଙ୍କ ଘରେ ରେଡ୍ କରି ସିବିଆଇ ନଗଦ ଟଙ୍କା ଓ ପ୍ରଚୁର ପରିମାଣର ଅଳଙ୍କାର ଜବତ କରିଛି। ସେହିପରି ତାଙ୍କ ଘରୁ ଗୋଟିଏ ଟଙ୍କା ଗଣିବା ମେସିନ ମଧ୍ୟ ଜବତ କରାଯାଇଛି। ଲାଞ୍ଚ ମାମଲାରେ ସିବିଆଇ ଏହି ପଦକ୍ଷେପ ନେଇଛି। ଦୁର୍ନୀତି ନିବାରଣ ଟିମ ଲାଞ୍ଚ ମାମଲାରେ ଡିଭିଜନାଲ ମ୍ୟାନେଜରଙ୍କ ସମେତ ଚାରି ଜଣଙ୍କୁ ଧରିଥିଲା।

ତେବେ ରେଡ ବେଳେ ଗିରଫ ସରକାରୀ କିରାଣୀ କିଶୋର ମୀନାଙ୍କ ଘରୁ ୨.୧୭ କୋଟି ଟଙ୍କା ଓ ୮ କେଜି ସୁନା ଅଳଙ୍କାର ଜବତ ହୋଇଛି। ଜବତ ନଗଦ ଟଙ୍କା ଗୋଟିଏ କାଠ ଆଲମିରାରେ ସ୍ୱତନ୍ତ୍ର ବ୍ୟବସ୍ଥା କରି ଲୁଚାଇ ରଖାଯାଇଥିଲା। ସେହିପରି ଆଉ କିଛି ଟଙ୍କା ଘରେ ଥିବା ଲକରରେ ରଖାଯାଇଥିଲା। ତାଙ୍କ ଘରୁ ଟଙ୍କା ଗଣିବା ମେସିନ ମଧ୍ୟ ସିବିଆଇ ଅଧିକାରୀମାନେ ଜବତ କରିଛନ୍ତି।

ଗୁରୁଗାଓଁ ସୁରକ୍ଷା ଏଜେନ୍ସି ଦ୍ଵାରା ଦୁର୍ନୀତି ଅଭିଯୋଗ କରିବା ପରେ କିରାଣୀ କିଶୋର ମୀନା ଏବଂ ମ୍ୟାନେଜରଙ୍କ ସମେତ ତିନି ଜଣ ଲାଞ୍ଚ ନେବାବେଳେ ଧରାପଡିଥିଲେ । ଏହା ପରେ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ସେ ସମସ୍ତଙ୍କ ଲାଞ୍ଚର ଟଙ୍କା ତାଙ୍କ ବାସଭବନରେ ରଖିଥିଲେ। ଖବର ଅନୁଯାୟୀ କିଶୋର ମୀନା ପୂର୍ବରୁ ଏଫସିଆଇରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରିଥିଲେ।

Get real time updates directly on you device, subscribe now.