fbpx

ସ୍ତ୍ରୀଙ୍କୁ ମାଡ ମାରିବା ଅଭିଯୋଗରେ ଅଭିନେତା କରଣ ମେହେରା ଗିରଫ

ମୁମ୍ବାଇ: ଟେଲି ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲଙ୍କ ମଧ୍ୟରେ ଅନେକ ଦିନ ହେବ ବିବାଦ ଲାଗିରହିଥିଲା । ତେବେ ଆଜି ଘରୋଇ ହିଂସାକୁ ନେଇ ଅଭିନେତା କରଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ୍ । ସ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହେବାପରେ ତାଙ୍କୁ ଗିରଫ କରାଯାଇଛଇ । ଗୋରେଗାଓଁ ଥାନାରେ ପୋଲିସ୍ ତାଙ୍କ ବୟାନ ରେକର୍ଡ କରିଛି ।

ସୂଚନା ଅନୁସାରେ, ଅନେକ ଦିନ ହେବ କରଣ ମେହେରା ଏବଂ ପତ୍ନୀ ନିଶା ରାୱଲଙ୍କ ମଧ୍ୟରେ ନାନା ଖବର ସାମ୍ନାକୁ ଆସୁଥିଲା । ତେବେ ନିଶା ଏହି ସବୁ କଥାକୁ ଖଣ୍ଡନ କରି କହିଥିଲେ ଯେ, ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ଠାକ ରହିଛି । ହେଲେ ଏବେ କରଣ ଗିରଫ ହେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ, କରଣ ମେହେରା ଏବଂ ନିଶା ରାୱଲ ୨୦୦୮ରେ ପରସ୍ପରଙ୍କୁ ଭେଟିଥିଲେ । ହଂସତେ ହଂସତେ ଚଳଚ୍ଚିତ୍ର ଶୁଟିଂ ସେଟରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା । କରଣ ନିଶାଙ୍କୁ ଦେଖିବା ପରେ ତାଙ୍କୁ ଭଲପାଇ ବସିଥିଲେ । ପରେ ଉଭୟେ କିଛି ବର୍ଷ ଡେଟ୍ କରିବା ପରେ ୨୦୧୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କରଣ ମେହେରା ଟେଲିଭିଜନ୍ ରେ ଖୁବ୍ ନାଁ କମାଇଛନ୍ତି । ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିବା ଟିଭି ଶୋ ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ ନୈତିକ୍ ସିଂଘାନିଆ ଭାବରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଖାଲି ସେତିକି ନୁହେଁ ସେ ବିଗ୍ ବସ୍ ୧୦ ରେ ମଧ୍ୟ ଭାଗ ନେଇସାରିଛନ୍ତି ।

Get real time updates directly on you device, subscribe now.