ଭୁବନେଶ୍ୱର(ଓଡିଶା ଭାସ୍କର): ଦେଶରେ କରୋନା ମହାମାରୀ ଯୋଗୁଁ ବେରୋଜଗାରୀ ବଢିଚାଲିଛି । ଅନେକ ଲୋକଙ୍କୁ ଚାକିରି ମିଳୁନଥିବା ବେଳେ କେତେକ ଲୋକଙ୍କୁ ଚାକିରିରୁ ବାହାର କରାଯାଉଛି । ଅନ୍ୟ ରାଜ୍ୟ ହିସାବରେ ଓଡିଶାରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । କରୋନା ଯୋଗୁଁ ରାଜ୍ୟ ସରକାର ଚଳିତବର୍ଷ ପାଇଁ ସମସ୍ତ ସରକାରୀ ନିଯୁକ୍ତିଗୁଡିକ ବନ୍ଦ କରିଛନ୍ତି । ଏଭଳି ପରିସ୍ଥିତିରେ ଟ୍ୱିଟରେ ଜଣେ କନିଷ୍ଠ ଶିକ୍ଷକ ଆଶାୟୀଙ୍କ ପୋଷ୍ଟ ବେଶ ଭାଇରାଲ୍ ହେବାରେ ଲାଗିଛି । ଆଶାୟୀ ଶିକ୍ଷକଙ୍କ ନାମ ହିରେନ୍ ବେରିଆ ହୋଇଥିବା ଜଣାପଡିଛି ।
ଚାକିରି ନଥିବାରୁ ବାହାଘର ଭାଙ୍ଗିଯାଇଛି, ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ହିରେନ୍ । ସେ ଲେଖିଛନ୍ତି ଯେ, ତାଲିମ ସମୟରେ ସେ ମୋତେ ବାହା ହେବ ବୋଲି କଥା ଦେଇଥିଲା ଓ ସେତେବେଳେ ଚାକିରିଆ ପିଲାଙ୍କୁ ରିଜେକ୍ଟ କରିଥିଲା । ହେଲେ ମୁଁ ଆଜି ବେକାରୀ ବୋଲି ମୋତେ ରିଜେକ୍ଟ କରି ଚାକିରିଆ ପିଲାକୁ ସେ ବାହା ହୋଇଗଲା ।’ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ମୋ ସରକାର୫T , ଏସଏମଇଓ ଓଡିଶାକୁ ଟ୍ୟାଗ୍ କରି JT ନିଯୁକ୍ତି ବାହାରେ କରିବାକୁ ବିଜ୍ଞାପନ ବାହାର କରିବାକୁ ହିରେନ୍ ବେରିଆ କହିଛନ୍ତି ।
ତାଲିମ ସମୟରେ ସେ ମତେ ବାହା ହେବା ବୋଲି କଥା ଦେଇଥିଲା ଓ ସେତେବେଳେ ଚାକିରିଆ ପିଲାଙ୍କୁ ରିଜେକ୍ଟ କରିଥିଲା, ହେଲେ ଆଜି ମୁ ବେକାରୀ ବୋଲି ମତେ ରିଜେକ୍ଟ କରି ଚାକିରିଆ ପିଲା କୁ ସେ ବାହା ହେଇଗଲା । @CMO_Odisha @SecyChief
@samirdash01 @SMEOdisha
@MoSarkar5T ଏଥିପାଇଁ ତମେ ଦାୟୀ। JT ନିଯୁକ୍ତି ବିଜ୍ଞାପନ ବାହାର କରାଯାଉ ।— HIREN BERIA – କନିଷ୍ଠ ଶିକ୍ଷକ ଆଶାୟୀ (@HIRENBERIA) May 30, 2021
ଏହା ସହ ହିରେନ୍ ଆଉ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ‘କନିଷ୍ଠ ଶିକ୍ଷକ ସ୍ୱପ୍ନ ପୂରଣ ହେଉନାହିଁ । ଭୋକ ଉପାସରେ ରହିବାକୁ ପଡୁଛି । ଅର୍ଥ ଅଭାବରୁ ଚିରା ଲୁଗା ପିନ୍ଧିବାକୁ ପଡୁଛି । ଏଥିପାଇଁ ସରକାର ଦାୟୀ । ୨୦୧୬ ପରଠାରୁ JT ନିଯୁକ୍ତି ନିମନ୍ତେ ବିଜ୍ଞାପନ ବାହାର କରାଯାଇନାହିଁ, ଫଳରେ ସିଟି ବିଇଡି ବନ୍ଦ କର ।’