fbpx

ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ର ହେଲେ NHRCର ନୂତନ ଅଧ୍ୟକ୍ଷ , ସମ୍ଭାଳିଲେ କାର୍ଯ୍ୟଭାର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ରଙ୍କୁ ଜାତୀୟ ମାନବାଧିକାର ଆୟୋଗର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ବୁଧବାର ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଜଷ୍ଟିସ ମିଶ୍ର ୧୯୭୮ରେ ନିଜର ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୮-୯୯ରେ ବାର କାଉନସିଲ ଅଫ ଇଣ୍ଡିଆର ସବୁଠୁ କମ ବୟସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

ମିଶ୍ରଙ୍କୁ ୧୯୯୯ରେ ମଧ୍ୟ ପ୍ରଦେଶର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା । ପରେ ରାଜସ୍ଥାନ ଏବଂ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ୨୦୧୪ ଜୁଲାଇ ୭ରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ଦାୟିତ୍ୱ ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ରାଜ୍ୟସଭାର ଉପସଭାପତି ହରିବଂଶ, ଲୋକସଭା ବାଚସ୍ପତି ଓମ ବିରଲା ଓ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସମିତି ବିଚାରପତି ମିଶ୍ରଙ୍କ ନାମ ସୁପାରିସ କରିଥିଲେ । ହେଲେ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିିଠି ଲେଖି ତାଙ୍କୁ ଜାତୀୟ ମାନବାଧିକାର ଆୟୋଗର ନୂତନ ଅଧ୍ୟକ୍ଷ ଓ ସଦସ୍ୟଙ୍କ ଚୟନ ପ୍ରକ୍ରିୟାରୁ ଦୂରେଇ ରଖିବାକୁ ଅନୁରୋଧ କରିଥିଲେ । କିନ୍ତୁ ନିଯୁକ୍ତି ପ୍ରକ୍ରିୟା ପାଇଁ ପ୍ରଧାନମନ୍ତ୍ରୀ ବାସଭବନରେ ହୋଇଥିବା ବୈଠକରେ ଖଡଗେ ଜଷ୍ଟିସ ଅରୁଣ ମିଶ୍ରଙ୍କ ନାମ ପ୍ରସ୍ତାବ ଦେଇଥିଲେ ।

Get real time updates directly on you device, subscribe now.