fbpx

ଜୀବିତ ରହିବା ପାଇଁ ଓ ଅଧିକ ବେଗରେ ବ୍ୟାପିବାକୁ ରଙ୍ଗ ପରିବର୍ତ୍ତନ କରୁଛି ଫଙ୍ଗସ୍

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ମହାମାରୀ ଭାବରେ ଉଭା ହୋଇଛି । ଯାହା ଦ୍ୱାରା ଏବେ ଦେଶର ଅଧିକାଂଶ ଲୋକ ସଂକ୍ରମିତ ହେଉଛନ୍ତି । କିଛି ରାଜ୍ୟରେ ଏବେ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ଟପିଯାଇଛି । ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ତେବେ ଗୋଟେ ପଟେ ବ୍ଲାକ୍ ଫଙ୍ଗସ୍ ର କାୟା ବଢ଼ିବାରେ ଲାଗିଥିବା ବେଳେ ଏହାର ଏବେ ଅନେକ ପ୍ରକାରର ସ୍ୱରୂପ ଦେଖିବାକୁ ମିଳିଛି । ଯେପରିକି ହ୍ୱାଇଟ୍ ଫଙ୍ଗସ୍, ୟେଲୋ ଫଙ୍ଗସ୍ ପରେ ଏବେ ମଧ୍ୟପ୍ରଦେଶର ଜବଲପୁରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ୍ କଲେଜ୍ ରେ ଜଣେ କୋଭିଡ୍ ରୋଗୀଙ୍କ ଠାରେ କ୍ରିମ୍ ରଙ୍ଗର ଫଙ୍ଗସ୍ ଠାବ କରାଯାଇଛି । ଯାହାକୁ ନେଇ ଚିନ୍ତା ଦ୍ୱିଗୁଣିତ ହୋଇଯାଇଛି । ହେଲେ ଏହି ବିଭିନ୍ନ ରଙ୍ଗର ଫଙ୍ଗସ୍ କୁ ନେଇ ବୈଜ୍ଞାନିକ ମାନେ ନାନା ଗବେଷଣା କରୁଥିବା ବେଳେ ଏକ ନୁତନ ତଥ୍ୟର ଖୁଲାସା କରିଛନ୍ତି ।

ବାରଣାସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସର ନ୍ୟୁରୋଲୋଜି ବିଭାଗର ପ୍ରୋଫେସର୍ ବିଜୟନାଥ ମିଶ୍ରା ବ୍ଲାକ୍ ଫଙ୍ଗସ୍ ଉପରେ ମତାମତ ଦେଇ କହିଛନ୍ତି ଯେ, ଏହି ଫଙ୍ଗସ୍ ନିଜକୁ ବାୟୁମଣ୍ଡଳରେ ଜୀବିତ ରଖିବା ପାଇଁ ଏବଂ ନିଜର ପ୍ରସାର ବଢ଼ାଇବା ପାଇଁ ରଙ୍ଗ ପରିବର୍ତ୍ତନ କରୁଛି । ଫଙ୍ଗସ୍ ର ଗଭୀରତା ଏହାର ରଙ୍ଗରୁ ଜଣାପଡିଥାଏ । ଏହି ଫଙ୍ଗସ୍ ଅନେକ ଗୁଡିଏ ରଙ୍ଗର ପରିବର୍ତ୍ତନ କରିପାରେ ଯେପରି ଲାଲ୍, ଗୋଲାପୀ, ନାରଙ୍ଗୀ, ସବୁଜ ଇତ୍ୟାଦି । ଏପରି ଅନେକ ରଙ୍ଗର ଫଙ୍ଗସ୍ ଭବିଷ୍ୟତରେ ଦେଖିବାକୁ ମିଳିପାରେ ବୋଲି ସେ କହିଛନ୍ତି । ରଙ୍ଗ ପରିବର୍ତ୍ତନ ରୁ ହିଁ ଫଙ୍ଗସ୍ କେତେ ଶକ୍ତିଶାଳୀ ତାହା ସ୍ପଷ୍ଟ ହେବ ।
କିପରି ବଦଳାଇଥାଏ ରଙ୍ଗ

ଡା. ବିଜୟନାଥ ବିଶ୍ରା କହିଛନ୍ତି ଯେ, ଫଙ୍ଗସ୍ ଭିତରେ କୈରେଟିନାଇଡ୍ସ ନାମକ ଏକ ତତ୍ତ୍ୱ ରହିଛି । ଏହା ହିଁ ରଙ୍ଗ ପରିବର୍ତ୍ତନ କରିବାର କାରଣ ସାଜୁଛି । ତେବେ ଏହି କୈରେଟିନାଇଡ୍ସ ତିନି ପ୍ରକାରର ହୋଇଥାଏ । ପ୍ରଥମ ବୀଟା କୈରୋଟୀନ୍(ନାରଙ୍ଗୀ), ଗାମା କୈରୋଟୀନ୍(ନାରଙ୍ଗୀ-ଲାଲ୍), ଆଲଫା କୈରୋଟୀନ୍(ନାରଙ୍ଗୀ-ହଳଦିଆ) । ଏହି ରଙ୍ଗ ସବୁ ସୂର୍ଯ୍ୟଙ୍କ ତାପରେ ବଞ୍ଚି ରହିବାରେ ସାହାଯ୍ୟ କରିଥାଏ । ଆଉ ଏହା ହିଁ ଲୋକମାନଙ୍କ ଶରୀରରେ ଦ୍ରୁତ ଗତିରେ ବ୍ୟାପିଥାଏ । ସେହିପରି ଅନ୍ୟପଟେ ଯେଉଁ ଫଙ୍ଗସ୍ ମାନେ ବିନା କୌଣସି ରଙ୍ଗର ହୋଇଥାନ୍ତି ସେମାନେ ଅଧିକ ସମୟ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଜୀବିତ ରହିପାରନ୍ତି ନାହିଁ । ହେଲେ ରଙ୍ଗୀନ ଫଙ୍ଗସ୍ ସୂର୍ଯ୍ୟକରିଣ ପଡିଲେ ମଧ୍ୟ ମରନ୍ତି ନାହିଁ କି ନଷ୍ଟ ହୁଅନ୍ତି ନାହିଁ । ତେବେ ସବୁ ରଙ୍ଗ ଫଙ୍ଗସ୍ ର ଚିକିତ୍ସା ଏକପ୍ରକାରର ହିଁ ହୋଇଥାଏ । ଏମ୍ଫୋଟେରିସିନ୍-ବି ଇଞ୍ଜେକ୍ସନ୍ ଏବଂ ଅନ୍ୟ ଆଣ୍ଟିଫଙ୍ଗଲ୍ ମେଡିସିନ୍ ଦ୍ୱାରା ଏହାର ଚିକିତ୍ସା କରାଯାଇପାରିବ । ଏହି ସମାନ ମେଡିସିନ୍ କୁ ଫଙ୍ଗସ୍ ର ଗଭୀରତାକୁ ପରଖି ରୋଗୀଙ୍କୁ ଦିଆଯାଇଥାଏ ।

Get real time updates directly on you device, subscribe now.